୧୫ ଦଫା ଦାବିରେ କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ...
କଣ୍ଟାବାଞ୍ଜି,୧୬/୦୬(ନି.ପ୍ର): କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ। ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଆଜି ବନ୍ଦ ପାଳନ କରାଯାଇଛି।
Ad..
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କୃଷୀ ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଶିଳ୍ପ ଅନୁଷ୍ଠାନ, କଣ୍ଟାବାଞ୍ଜି ର ସାମଗ୍ରିକ ବିକାଶ ଭଳି ୧୫ ଦଫା ଦାବି ନେଇ ଆନ୍ଦୋଳନ କରାଯାଉଛି।
ଆନ୍ଦୋଳନକାରୀମାନେ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବନ୍ଦ ପାଳନ ଯୋଗୁଁ ଯାନ ବାହନ ଚଳା ଚଳ ବନ୍ଦ ଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।
ଦଳମତ ନିର୍ବିଶେଷରେ ଏହି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରୁଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ଏଥିରେ କଣ୍ଟାବାଞ୍ଜି ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଘ ସାମିଲ ରହିଛନ୍ତି।
Edited by k.s thakur...


