ଭଦ୍ରକର କୋଟିପତି ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଚକିତ ! ଭଦ୍ରକ,୧୫/୦୫(ନି.ପ୍ର): ଭଦ୍ରକ ଜାଡା ଡିଭିଜନର କୁବେର ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ଘରେ ଓ ଅଫ...
ଭଦ୍ରକର କୋଟିପତି ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଚକିତ !
ଭଦ୍ରକ,୧୫/୦୫(ନି.ପ୍ର): ଭଦ୍ରକ ଜାଡା ଡିଭିଜନର କୁବେର ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ଘରେ ଓ ଅଫିସରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି।
Ad..
ଚଢ଼ାଉର ୪ ଡିଏସପି, ୪ ଇନ୍ସପେକ୍ଟର ଯୋଡ଼ି ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ମହାନ୍ତିଙ୍କୁ ଗିରଫ କରାଯାଇଛି।ଭିଜିଲାନ୍ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ବିଜୟ ମହାନ୍ତିଙ୍କ ପୈତୃକ ଘର ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ର ନରସିଂହଡ଼ା ଗ୍ରାମର ଦୁଇ ତାଲା ଘର...
Ad..
ଭଦ୍ରକର ଆରଡ଼ି ଛକ ସ୍ଥିତ ପ୍ରାଚୀ ନଗରରେ ଥିବା ୩ ମହଲା କୋଠା , ଭୁବନେଶ୍ୱରର ମଳିପଡା ସ୍ଥିତ ଶ୍ବଶୁର ଘର, ଭଦ୍ରକର କଡ଼ା ଡିଭିଜନର ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଚଢାଉ ବେକେ ଦୁଇଟି ବିଲଡ଼ିଂ, ବିଭିନ୍ନ ସ୍ଥାନରେ ୭ ଟି ମୂଲ୍ୟବାନ ପ୍ଲଟ୍, ଯାହାର ମୂଲ୍ୟ ୧ କୋଟି ୭୩ ଲକ୍ଷ ହେବ ବୋଲି ଆକଳନ କରାଯାଇଛି।
Ad..
କୋଟିପତି ଯନ୍ତ୍ରୀଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ନଗଦ ଟଙ୍କା ଜମା ରହିଥିବା ନେଇ ଭିଜିଲାନସର ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଛି। ଏହି ଚଢାଉ ଜାରି ରହିଥିବା ବେକେ ଯନ୍ତ୍ରୀ ଶ୍ରୀମହାନ୍ତିଙ୍କ ନାମରେ ଆହୁରି ଅନେକ ସମ୍ପତ୍ତି କେଉଁଠି ରହିଛି ତାହାର ଖୋଳତାଡ଼ ଚାଲିଛି।
ଭଦ୍ରକ କଡା ଅଫିସରେ ଅନେକ ବର୍ଷ ଧରି ରହି ଶ୍ରୀମହାନ୍ତି କାମ କରୁଥିଲେ। ବିଭାଗୀୟ କାର୍ଯ୍ୟରେ ବହୁ ଦୁର୍ନୀତି କରି କୋଟି କୋଟି ଟଙ୍କାର କଳା ଟଙ୍କା କମାଇ ବିପୁଳ ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା।
ଶେଷରେ ଗତକାଲି ଭିଜିଲାନ୍ସ ହାତରେ ଧାରା ହୋଇଛନ୍ତି। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
Edited by k.s thakur...





No comments