ରାଜ୍ୟରେ ତେଲ ସଙ୍କଟ ନାହିଁ : ଯୋଗାଣ ସଚିବ...

ରାଜ୍ୟରେ ତେଲ ସଙ୍କଟ ନାହିଁ : ଯୋଗାଣ ସଚିବ...


ଭୁବନେଶ୍ଵର,୧୫/୦୫(ନି.ପ୍ର): ଓଡ଼ିଶାର ବିଭିନ୍ନ ସ୍ଥାନରେ ଇନ୍ଧନ ଅଭାବ ଜାରି ରହିଥିଲା। ଭଦ୍ରକ, କେଉଁଝର ଏବଂ ଭୁବନେଶ୍ୱର ଭଳି ଜିଲ୍ଲାରୁ ପେଟ୍ରୋଲ ଏବଂ ଡିଜେଲର ଅଭାବର ରିପୋର୍ଟ ଆସିଛି, ଯାହା ଫଳରେ ଯାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Ad..


ଏହାରି ମଧ୍ୟରେ ରାଜ୍ୟରେ ତେଲ ସଙ୍କଟ ଆଦୌ ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ।ସେ କହିଛନ୍ତି ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି । 

   Ad..


ଡ୍ରାଏ ଆଉଟ୍ ସ୍ଥିତି ମ୍ୟାନେଜମେଣ୍ଟର ଅଭାବ ଯୋଗୁଁ ଦେଖାଦେଇଛି । ତେଲ ଅଭାବ ଯୋଗୁଁ ଆଦୌ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇନି ।ବସ୍ବାଭାବିକ ସ୍ଥିତିରେ ବି ୨୦/୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଯାଏ । 

Ad..


ଏଭଳି ଡ୍ରାଏ ଆଉଟ୍ ସ୍ଥିତିର ମନିଟରିଂ ଚାଲିଛି, ବ୍ୟବସ୍ଥା କରିବୁ।ତେଣୁ ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ । ଘରୋଇ ବସ୍‌ ମାଲିକ ସଂଘର ଆଶଙ୍କା ଭିତ୍ତିହୀନ, ବସ୍‌ ଚାଲିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ।




Edited by k.s thakur...

Post a Comment

Previous Post Next Post