ଅଘୋଷିତ ବିଦ୍ୟୁତ କାଟ୍, ଶୀଘ୍ର ରିଷ୍ଟୋର ପାଇଁ ଆମେ ବ୍ୟବସ୍ଥା କରୁଛୁ : ଶକ୍ତିମନ୍ତ୍ରୀ...

ଅଘୋଷିତ ବିଦ୍ୟୁତ କାଟ୍, ଶୀଘ୍ର ରିଷ୍ଟୋର ପାଇଁ ଆମେ ବ୍ୟବସ୍ଥା କରୁଛୁ : ଶକ୍ତିମନ୍ତ୍ରୀ...


ଭୁବନେଶ୍ବର, ୨୩/୦୫(ନି.ପ୍ର) : ଅସହ୍ୟ ଗୁଳୁଗୁଳି, ଗରମକୁ ଅଘୋଷିତ ବିଦ୍ୟୁତ କାଟ୍। ବେଡି ଉପରେ ଯେମିତି ପଡିଛି କୋରଡା ମାଡ। ଗତ କିଛିଦିନ ଧରି ଲୋକଙ୍କୁ ଅତିଷ୍ଠ କଲାଣି ପ୍ରବଳ ଗରମ ସାଙ୍ଗକୁ ପାୱାର କଟ୍। ବିନା କାରଣରେ ଘଣ୍ଟାଘଣ୍ଟା ଧରି ଲାଇନ ଯାଉଥିଲେ ମଧ୍ୟ ଆସୁନି। 

        Ad..


ବାରମ୍ବାର ଜଣାଇଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଚେତାବନୀକୁ ଶୁଣୁନାହାନ୍ତି ବିଦ୍ୟୁତ ବିତରଣ କଂପାନୀ।ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେଉଛି।ଲୋକଙ୍କ ଅସନ୍ତୋଷ ବଢୁଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । 

      Ad..


ଓଭରଲୋଡ୍ ଯୋଗୁଁ ପାଓ୍ବାର କଟ୍ ହେଉଥିବା କହିଛନ୍ତି ଶକ୍ତି ମନ୍ତ୍ରୀ । ଏବେ ଯେଉଁ ପରି ଭାବେ ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ। ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ ରହୁଛି, ଅଧିକ ଏସି ବ୍ୟବହାର ହେଉଛି । ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ହେଉଛି। 

ତଥାପି ଶୀଘ୍ର ରିଷ୍ଟୋର୍ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ। ଲୋକେ ଯେପରି ନିରନ୍ତର ବିଦ୍ୟୁତ ସେବା ପାଇବେ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କେ.ଭି.ସିଂହଦେଓ।

ସୂଚନା ଅନୁସାରେ ପ୍ରତି ବର୍ଷ ଖରାଦିନ ଦିନ ଆସିଲେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ୍ ହେବା କିଛି ନୂଆ କଥା ନୁହେଁ । ତେବେ କିଛିଦିନ ପୂର୍ବରୁ ଅଘୋଷିତ ବିଦ୍ୟୁତ କାଟ୍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।



Edited by k.s thakur...


Post a Comment

Previous Post Next Post