ବେଆଇନ ମଦ ବିକ୍ରି ବନ୍ଦ କରିବା ଦାବିରେ ଦାବିପତ୍ର ପ୍ରଦାନ... କଣ୍ଟାବାଞ୍ଜି, ୨୩/୦୫ (ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଓଡ଼ିଶା ଜନତା କଂଗ୍ରେସ ଜିଲ୍ଲ...
ବେଆଇନ ମଦ ବିକ୍ରି ବନ୍ଦ କରିବା ଦାବିରେ ଦାବିପତ୍ର ପ୍ରଦାନ...
କଣ୍ଟାବାଞ୍ଜି, ୨୩/୦୫ (ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଓଡ଼ିଶା ଜନତା କଂଗ୍ରେସ ଜିଲ୍ଲା ସଂଯୋଜକ ରୂପେଶ ବେହେରାଙ୍କ ନେତୃତ୍ବରେ ବେଆଇନ ମଦ ବିକ୍ରି ବନ୍ଦ କରିବା ଦାବିରେ ଅବକାରୀ ଅଧିକାରୀ ରଶ୍ମିତା ଲାକ୍ରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
Ad..
କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଳକର ବିଭିନ୍ନ ଅଞ୍ଚଳରେ ବେଆଇନ ମଦ ବିକ୍ରି ବୃଦ୍ଧି ପାଉଛି। ବିଶେଷ କରି ଗ୍ରାମାଞ୍ଚଳରେ ବେଆଇନ ମଦ ବିକ୍ରି ହେଉଥିବାରୁ ସାଧାରଣ ଲୋକ ଅନେକ ଆର୍ଥିକ ଓ ପାରିବାରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
Ad..
ଯୁବ ସମାଜ ପଥଭ୍ରଷ୍ଟ ହେବା ସହ ଗାଁ ଗାଁରେ ଅଶାନ୍ତିର ବାତାବରଣ ଲାଗି ରହିଛି। ଏଣୁ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ଦାବିପତ୍ର ପ୍ରଦାନ ସମୟରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଯୁବ ନେତା ଅରୁଣ ତାଣ୍ଡି, ଗୁପ୍ତେଶ୍ଵର ବେହେରା, ତରୁଣ ପନିକା, ପ୍ରଶାନ୍ତ ତାଣ୍ଡି, କୁଶଧର ମାଝୀ, ଗୋକୁଳ ବେହେରା, ପରମେଶ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...




No comments