ତୁମ୍ୱ ବିନ୍ଧରେ ଅର ସଂଯୋଗ କାର୍ଯ୍ୟର ହେଲା ଅନୁକୂଳ...

ତୁମ୍ୱ ବିନ୍ଧରେ ଅର ସଂଯୋଗ କାର୍ଯ୍ୟର ହେଲା ଅନୁକୂଳ...


ପୁରୀ ୦୨/୦୫(ନି.ପ୍ର): ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟର ୧୧ତମ ଦିନରେ ଶ୍ରାମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଦ୍ରୁତଗତିରେ ଚାଲିଛି ଯନ୍ତାଗାଡ଼ କାମ। 

         Ad..


ଶୁକ୍ରବାର ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ବା ତୁମ୍ୱ ବିନ୍ଧରେ ଅର ସଂଯୋଗ କାର୍ଯ୍ୟର ଅନୁକୂଳ ହୋଇଛି। ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଖରେ ଥିବା ମା ଚର୍ଚ୍ଚିକାଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ତୁମ୍ବ ଉପରେ ଶ୍ରୀଫଳ ଓ ମାହାର୍ଦ୍ଦ ଥୋଇ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ କରିଛନ୍ତି।

    Ad..


ସେପଟେ ଗୁରୁବାର ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଗୁଜ, ଅର ଏବଂ ତୁମ୍ବରେ ଅର ସଂଯୋଗ ଅନୁକୂଳ ହୋଇଥିଲା। ବିଧି ଅନୁଯାୟୀ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହିତ ତିନୋଟି ଅଖ ଡେରାଯିବ। 

Ad..


ଏଣୁ ଚକ ନିର୍ମାଣ କାର୍ଯ୍ୟ କୁ ରଥ ନିର୍ମାଣ କାରୀ ସେବକ ମାନେ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି। କମାର ଶାଳରେ ଓଝା ସେବକ ମାନେ ତିନି ରଥ ପାଇଁ ପନ୍ଦାରି, ବଳା, ଅର କଣ୍ଟା ନିର୍ମାଣ କରୁଛନ୍ତି।



Edited by k.s thakur...

Post a Comment

Previous Post Next Post