ଆରଡିସିଙ୍କ ତଦନ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ...

ଆରଡିସିଙ୍କ ତଦନ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ...


କେନ୍ଦୁଝର,୦୨/୦୫(ନି.ପ୍ର):ଜମା ଟଙ୍କା ପାଇବା ପାଇଁ  ବ୍ୟାଙ୍କକୁ ଭଉଣୀ ର ଶବ ଓ କଙ୍କାଳ ଖୋଳି କାନ୍ଦରେ ବୋହି  ନେଇ ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା ସାରା ରାଜ୍ୟରେ  ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ପାଲଟିଛି। 

Ad..


ଏହି ଘଟଣାରେ ଆରଡିସିଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ବାହାରି ଆରଡିସିଙ୍କ ତଦନ୍ତ କୁ ବିରୋଧ କରିବାକୁ ଅଣ୍ଟା ଭିଡିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ। ଆରଡିସିଙ୍କ ପ୍ରତିକ୍ରିୟା ପରେ ମଲ୍ଲିପଶି ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜରଙ୍କ ସପକ୍ଷରେ ବାହାରିଲା ସଂଘ।

     Ad..


ଗତକାଲି ଅପରାହ୍ନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ ପକ୍ଷରୁ ଏକ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀରେ କରି ଜିତୁ ମୁଣ୍ଡା ଙ୍କ ଘଟଣାରେ ବ୍ୟାଙ୍କ ମ୍ୟାନେଜର ଙ୍କୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ଆରଡିସି ଙ୍କ ତଦନ୍ତ କୁ ଦୃଢ଼ ଭାବରେ ନିନ୍ଧା କରିଛନ୍ତି। 

Ad..


ଏପରିକି ଯଦି ମଲ୍ଲୀପଶୀ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସଂଘ ମ୍ୟାନେଜର ଙ୍କ ସପକ୍ଷରେ ବାହାରିବ ବୋଲି ଚେତାବନୀ ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post