ପୋଢ଼ମୁଣ୍ଡାରେ ସଫଳ ସ୍ୱେଛାକୃତ ରକ୍ତଦାନ ଶିବିର ଅନଷ୍ଠିତ... ବରଗଡ଼,୧୪/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପୋଢ଼ମୁଣ୍ଡା ଗ୍ରାମରେ ସଂକଳ୍ପ ପରିବାର ଓ କଲ୍ୟାଣ ସଙ୍...
ପୋଢ଼ମୁଣ୍ଡାରେ ସଫଳ ସ୍ୱେଛାକୃତ ରକ୍ତଦାନ ଶିବିର ଅନଷ୍ଠିତ...
ବରଗଡ଼,୧୪/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପୋଢ଼ମୁଣ୍ଡା ଗ୍ରାମରେ ସଂକଳ୍ପ ପରିବାର ଓ କଲ୍ୟାଣ ସଙ୍ଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
Ad..
ପ୍ରବଳ ଖରାକୁ ଖାତିର ନକରି ୧୮ ଜଣ ସ୍ୱେଛାସେବୀ ରକ୍ତଦାତା ଆଗକୁ ଆସି ରକ୍ତଦାନ କରି ମାନବସେବାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାରର କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିଥିଲେ।
Ad..
ଏହି ମହତ୍ୱପୂର୍ଣ୍ଣ ସେବାମୂଳକ କାର୍ଯ୍ୟକ୍ରମକୁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ସୁରେନ୍ଦ୍ର ଭୁଏ, ଅନନ୍ତ ଚରଣ ସାହୁ, ଶେଷଦେବ ପଧାନ, ରଞ୍ଜିତ ସାହୁ, ପିଙ୍କୁ ପଣ୍ଡା, ଜି. ରମେଶ ଓ ଦେବେନ ଭୁଏ ପ୍ରମୁଖ ସୁଚାରୁ ଭାବେ ପରିଚାଳନା କରିଥିଲେ।
Ad..
ଗ୍ରାମବାସୀଙ୍କ ସହଯୋଗ ଓ ଯୁବଶକ୍ତିର ସମର୍ପଣ ଏହି ଶିବିରକୁ ସଫଳ କରିଥିଲା। ରକ୍ତଦାନ ଭଳି ମହାନ କାର୍ଯ୍ୟ ମାଧ୍ୟମରେ “ରକ୍ତଦାନ ମହାଦାନ” ବାର୍ତ୍ତାକୁ ସାର୍ଥକ କରାଯାଇଥିଲା।
Edited by k.s thakur...





No comments