Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ; ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା...

ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ; ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା... ଭୁବନେଶ୍ଵର,୦୩/୦୫(ନି.ପ୍ର) : ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ...

ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ; ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା...


ଭୁବନେଶ୍ଵର,୦୩/୦୫(ନି.ପ୍ର) : ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲାର ବିଶ୍ବାସ ସ୍ବାଇଁ। ସେ ବିଟେକ୍ ପଢ଼ୁଥିଲେ। 

Ad..


ହଷ୍ଟେଲ ଭିତରେ ବେକରେ ଗାମୁଛା ଲଗାଇ ଝୁଲିପଡ଼ିଛନ୍ତି। ରାତି ୧୧ଟା ବେଳକୁ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି କଲେଜ କର୍ତ୍ତୃପକ୍ଷ ।ଛାତ୍ରଙ୍କ ମୃତ୍ୟୁ ପରେ କଲେଜ ନାଁରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା।

    Ad..


କଲେଜ କର୍ତ୍ତୃପକ୍ଷ ପୁଅକୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସେ ଗତକାଲି ରାତି ୧୦ଟା ରେ ଘର ଲୋକଙ୍କ ସହ କଥା ହୋଇଥିଲେ ।ଅନ୍ୟପଟେ ଛାତ୍ର ମୃତ୍ୟୁକୁ ନେଇ ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି। 

Ad..


କ୍ୟାମ୍ପସ୍‌ରେ ହୋହାଲ୍ଲା ସହ ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସହପାଠୀ । ଘଟଣାସ୍ଥଳରେ ପହଞ୍ଚି ଇନ୍‌ଫୋସିଟି ଥାନା ପୋଲିସ୍‌ର ତଦନ୍ତ ଆରମ୍ଭ କରିଛନ୍ତି।ବିଶ୍ୱାସଙ୍କ ମୃତ୍ୟୁକୁ ନେଇ କଲେଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଛାତ୍ରଙ୍କୁ ବୁଝାସୁଝା ସହ କଲେଜ କ୍ୟାମ୍ପସରେ ମୁତୟନ କଲେ ପୋଲିସ। 

ଅଶାନ୍ତ ସିଲିକନ୍ ହଷ୍ଟେଲ ଥିବା ବେଳେ ପିଲାଙ୍କ ଭଏସ ବନ୍ଦ କରିଦେଲେ କଲେଜ କତୃପକ୍ଷ । ରାତି ସାରା କଲେଜ ଛାତ୍ରଙ୍କ ପାଟିତୁଣ୍ଡ ପ୍ରମାଣ କରିଥିଲା ଯେ କଲେଜ ର ଏଥିରେ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।

ଛାତ୍ରମାନେ ଅଭିଯୋଗ କରିଥିଲେ ଯେ ବିଶ୍ୱାସ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଏବଂ ସାରା ରାତି ବିଶ୍ୱବିଦ୍ୟାଳୟ ଫାଟକ ବାହାରେ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ।ଜୋନ୍-୬ ଏସିପିଙ୍କ ସହିତ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। 

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ, ଭୁବନେଶ୍ୱର ଡିସିପି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଦୁଇ ପ୍ଲାଟୁନ୍ ପୋଲିସ ସହିତ ଘଟଣାସ୍ଥଳରେ ପହଞ୍ଚି ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ ସମୟରେ, ବିଶ୍ୱାସଙ୍କ ବ୍ୟାଚମେଟ୍, ତାଙ୍କ ସହିତ ହଷ୍ଟେଲ ରୁମ୍ ସେୟାର କରୁଥିବା କିଛି ସିନିୟର ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଥିଲା। ଅଧିକ ସୂଚନା ସଂଗ୍ରହ ପାଇଁ ପୋଲିସ ଜଣେ ସିନିୟର ଛାତ୍ରଙ୍କୁ ଅଧିକ ପଚରାଉଚରା ପାଇଁ ଅଟକ ରଖିଛି।



Edited by k.s thakur...

No comments