Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା...

ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା... ବରଗଡ଼,୧୫/୦୫(ବିଜୟ କୁମାର ସାହୁ): ଖୁବ୍ ଶୀଘ୍ର ଆରମ୍ଭ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ ଆଇ ଆର୍...

ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା...


ବରଗଡ଼,୧୫/୦୫(ବିଜୟ କୁମାର ସାହୁ): ଖୁବ୍ ଶୀଘ୍ର ଆରମ୍ଭ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ ଆଇ ଆର୍ । ଏହି ପରିପ୍ରେକ୍ଷୀରେ ନିମ୍ନ ଲିଖିତ ଅନୁଯାୟୀ ଏହି ଏସ ଆଇ ଆର୍ ପ୍ରକ୍ରିୟା ଅନୁଷ୍ଠିତ ହେବ। 

         Ad..


ଯେପରିକି ୨୦ ମଇ ରୁ ୨୯ ମଇ ୨୦୨୬ ମଧ୍ୟରେ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ଅନୁଷ୍ଠିତ ହେବ। ସେହିଭଳି ୩୦ ମଇ ରୁ ୨୮ ଜୁନ୍ ୨୦୨୬ ମଧ୍ୟରେ ବୁଥ ସ୍ତରୀୟ ଅଧିକାରୀ ବା ବି ଏଲ ଓ ମାନେ ଘର କୁ ଘର ପରିଦର୍ଶନ କରିବେ ଏବଂ ଫର୍ମ ବଣ୍ଟନ କରିବେ। 

    Ad..


୫ ଜୁଲାଇ ୨୦୨୬ ରେ ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯିବ (Publication of Draft Electrol Roll )।ସେହିଭଳି ଖସଡ଼ା ଭୋଟର ତାଲିକା ପ୍ରକାଶ ପରେ ୫ ଜୁଲାଇ ରୁ ୪ ଅଗଷ୍ଟ ୨୦୨୬ ସମୟସୀମା  ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରାଯିବ। 

Ad..


ସେହିପରି କରାଯାଇଥିବା ଦାବି କିମ୍ବା ଆପତ୍ତି  ନିମନ୍ତେ ୫ ଜୁଲାଇ ରୁ ୨ ସେପ୍ଟେମ୍ବର ୨୦୨୬ ମଧ୍ୟରେ ନୋଟିସ ପ୍ରଦାନ ତଥା ଦାବି ଓ ଆପତ୍ତି ଗୁଡ଼ିକ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ଏବଂ ୬ ସେପ୍ଟେମ୍ବର ୨୦୨୬ ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। 

ଏହି ସମ୍ପର୍କରେ ଅଧିକ ସୂଚନା ନିମନ୍ତେ voters.eci.gov.in କୁ ପରିଦର୍ଶନ କରିପାରିବେ କିମ୍ବା ECINET ଆପ୍ ମଧ୍ୟ ବ୍ୟବହାର କରି ପାରିବେ।



Edited by k.s thakur...

No comments