Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ରାମଚନ୍ଦ୍ରପୁରରେ ଟ୍ରେନ ରହଣି ଦାବି କରି ରେଳଯାତ୍ରୀ ସଂଘର ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ...

ରାମଚନ୍ଦ୍ରପୁରରେ ଟ୍ରେନ ରହଣି ଦାବି କରି ରେଳଯାତ୍ରୀ ସଂଘର ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ... ଲାଞ୍ଜିଗଡ଼, ୧୩/୦୫ (ନି.ପ୍ର): କଳାହା...

ରାମଚନ୍ଦ୍ରପୁରରେ ଟ୍ରେନ ରହଣି ଦାବି କରି ରେଳଯାତ୍ରୀ ସଂଘର ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ...


ଲାଞ୍ଜିଗଡ଼, ୧୩/୦୫ (ନି.ପ୍ର): କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଟ୍ରେନ ରହଣି ଦାବି କରି ରେଳଯାତ୍ରୀ ସଂଘର ରାମଚନ୍ଦ୍ରପୁର ଶାଖା ପକ୍ଷରୁ ସୋମବାର ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Ad..


କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ରୋଡ଼ରୁ ଭବାନୀପାଟଣା ହୋଇ ଜୁନାଗଡ଼ ପର୍ଯ୍ୟନ୍ତ ରେଳ ସଂଯୋଗ ଆରମ୍ଭ ହୋଇ ଦଶବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏହି ରେଳପଥର ବିଭିନ୍ନ ସମସ୍ୟା ଦୂର ହୋଇପାରିନାହିଁ। 

    Ad..


ଏହି ରେଳ ଚଳାଚଳକୁ ନେଇ ଜିଲାବାସୀ ଆରମ୍ଭରୁ ଉତ୍ସାହିତ ଥିଲେ, କିନ୍ତୁ ରେଳ ବିଭାଗର ଅବହେଳା ଯୋଗୁଁ ସେହି ଉତ୍ସାହ ଧୀରେ ଧୀରେ କମିବାକୁ ଲାଗିଛି।ବର୍ତ୍ତମାନ ଜୁନାଗଡ଼–ଭୁବନେଶ୍ୱର–ଜୁନାଗଡ଼ ଏକ୍ସପ୍ରେସ କେବଳ ଜୁନାଗଡ଼, ଭବାନୀପାଟଣା ଓ ଲାଞ୍ଜିଗଡ଼ ରୋଡ଼ରେ ରହଣୀ କରୁଛି।

    Ad.. 


କୋଭିଡ୍ ସମୟରୁ ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଏହି ଟ୍ରେନର ରହଣୀ ବନ୍ଦ ହୋଇଥିବାରୁ ଲାଞ୍ଜିଗଡ଼, ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ଓ ସଦର ବ୍ଲକର ଲକ୍ଷାଧିକ ଲୋକ ପ୍ରଭାବିତ ହେଉଛନ୍ତି। ଏହାକୁ ନେଇ ଅଞ୍ଚଳରେ ଜନଅସନ୍ତୋଷ ବଢ଼ୁଥିବା ସହ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ପ୍ରସଙ୍ଗରେ ଗତ ୪ ତାରିଖରେ ରାମଚନ୍ଦ୍ରପୁର ବଜାର ପଡ଼ିଆରେ ରେଳଯାତ୍ରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ପରେ ସଂଘର ପ୍ରତିନିଧି ଦଳ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀଙ୍କୁ ଭେଟି ରାମଚନ୍ଦ୍ରପୁରକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିଣତ କରିବା ସହ ଆବଶ୍ୟକୀୟ ସୁବିଧା ଯୋଗାଇବାକୁ ଦାବି କରିଥିଲେ।

କଳାହାଣ୍ଡି ରେଳଯାତ୍ରୀ ସଂଘର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ କିଶୋର କୁମାର ପୁରୋହିତ, ସୁଶୀଲ କୁମାର ବାଗ, ପ୍ରଭାତ ରଞ୍ଜନ ବେହେରା, ସୁରେନ୍ଦ୍ର ମାଝୀ, ଚନ୍ଦ୍ରଧ୍ୱଜ ମାଝୀ ଓ କେସିଙ୍ଗା ୟୁନିଟର ସଭାପତି ବଣ୍ଟି ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ।

ପ୍ରତିନିଧି ଦଳ ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ମଣ୍ଡଳ ପ୍ରବନ୍ଧକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ରାମଚନ୍ଦ୍ରପୁର ସହ ଦେପୁର ଓ କୁଟ୍ରୁଖମାର ପାସେଞ୍ଜର ହଲଟରେ ଟ୍ରେନ ରହଣି, ଭବାନୀପାଟଣା ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, କେସିଙ୍ଗା ଦେଇ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ ଚଳାଚଳ ଏବଂ କେସିଙ୍ଗା ଷ୍ଟେସନର ଉନ୍ନତିକରଣ ଭଳି ଦାବି ଉପସ୍ଥାପନ କରାଯାଇଥିଲା।

ଦାବିପତ୍ର ଗ୍ରହଣ ପରେ ରେଳ ମଣ୍ଡଳ ପ୍ରବନ୍ଧକ ସେଗୁଡ଼ିକର ଯଥାର୍ଥତା ସ୍ୱୀକାର କରି ସମାଧାନ ପାଇଁ ରେଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।ପରେ ପ୍ରତିନିଧି ଦଳ ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଗାରିମା ତିୱାରୀଙ୍କୁ ସାକ୍ଷାତ କରି ରାମଚନ୍ଦ୍ରପୁରରେ ଜୁନାଗଡ଼–ଭୁବନେଶ୍ୱର–ଜୁନାଗଡ଼ ଏକ୍ସପ୍ରେସ ଓ ରାୟପୁର–ଜୁନାଗଡ଼–ରାୟପୁର ପାସେଞ୍ଜର ଟ୍ରେନର ରହଣୀ ଦାବି କରିଥିଲେ।

ଏହାସହ ପ୍ରତିନିଧି ଦଳ ଲୋକସଭା ସାଂସଦ ମାଳବିକା ଦେବୀଙ୍କୁ ତାଙ୍କ ବାସଭବନରେ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଜିଲାବାସୀଙ୍କ ଏହି ଦାବିକୁ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଥିବାବେଳେ, ଲୋକସଭା ସାଂସଦ ମାଳବିକା ଦେବୀ ମଧ୍ୟ ସକାରାତ୍ମକ ପଦକ୍ଷେପ ନେଇଥିବା ସୂଚନା ମିଳିଛି।



Edited by k.s thakur...

No comments