ଅଧାରେ ରହିଲା ମା’ର ସଂଘର୍ଷ ; କୂଅ ଭିତରୁ ମିଳିଲା ମୃତଦେହ, ଅନାଥ ହେଲେ ତିନି ନିରୀହ ଶିଶୁ... ମୁରିବାହାଲ,୦୩/୦୫(ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନ...
ଅଧାରେ ରହିଲା ମା’ର ସଂଘର୍ଷ ; କୂଅ ଭିତରୁ ମିଳିଲା ମୃତଦେହ, ଅନାଥ ହେଲେ ତିନି ନିରୀହ ଶିଶୁ...
ମୁରିବାହାଲ,୦୩/୦୫(ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ର ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଗ୍ରାମର ୪୦ ବର୍ଷୀୟା ମହିଳା ରଞ୍ଜୁ ସାହୁଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେବା ପରେ ଶୋକର ଛାୟା ଛାଇଯାଇଛି।
Ad..
ଯେଉଁ ଘରେ ସକାଳୁ ମା’ର ହସ ଓ ପିଲାଙ୍କ କୋଳାହଳ ଗୁଞ୍ଜିଉଠୁଥିଲା ଆଜି ସେଠାରେ କେବଳ ନିରବତା ଓ ଅଶ୍ରୁର ସ୍ୱର ଶୁଣିବାକୁ ମିଳୁଛି। ଜୀବନ ସଂଘର୍ଷରେ ଦୃଢ଼ ଥିବା ରଞ୍ଜୁ ସାହୁ ବିଗତ ଚାରି ବର୍ଷ ଧରି ଏକା ହାତରେ ନିଜ ପରିବାରକୁ ଚାଲାଉଥିଲେ।
Ad..
Ad..
ଦୀର୍ଘ ଖୋଜାଖୋଜି ପରେ ରାତି ଅଧରେ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ତାଙ୍କ ମୃତଦେହ ମିଳିବା ସହ ପୋଲିସକୁ ଖବର ଦିଆଯାଇଥିଲା। ମୃତ୍ୟୁର ପ୍ରକୃତ କାରଣ ଏବେ ମଧ୍ୟ ରହସ୍ୟ ଘେରରେ ରହିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାବେଳେ ଜଣେ ସନ୍ଦେହ ଭାଜନକୁ ଅଟକ ରଖାଯାଇଛି।
ଏହା ସହିତ ପ୍ରଶାସନିକ ତଦନ୍ତ ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭାରୀ ଅସନ୍ତୋଷ ଦେଖାଦେଇଥିଲା। ସକାଳେ ପୋଲିସର ବିଳମ୍ବିତ ପହଞ୍ଚକୁ ବିରୋଧ କରି ଗ୍ରାମବାସୀ ୫୯ ନମ୍ବର ଜାତୀୟ ରାଜପଥର ଗୋଇମୁଣ୍ଡ ଛକ ନିକଟରେ ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତାରୋକ କରିଥିଲେ।
ପରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ଓ ସ୍ଥାନୀୟ ସରପଞ୍ଚ କାଳିଆ ସରାଫ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲେ। ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ଦିଆଯାଇଥିବାବେଳେ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଓ ସରପଞ୍ଚ ବ୍ୟକ୍ତିଗତ ଭାବେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ।
ଏହା ସହିତ ଅନାଥ ହୋଇପଡ଼ିଥିବା ତିନି ଶିଶୁଙ୍କ ପାଠପଢ଼ା ଓ ସରକାରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ଉଚ୍ଚ ସ୍ତରରେ ଆଲୋଚନା କରାଯିବ ବୋଲି ତହସିଲଦାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି।
ତଥାପି ସମସ୍ତ ପ୍ରଶାସନିକ ପଦକ୍ଷେପ ସତ୍ତ୍ୱେ ତିନି କୁନି ପିଲାଙ୍କ ଜୀବନରେ ସୃଷ୍ଟି ହୋଇଥିବା ସେହି ଅପୂରଣୀୟ ଶୂନ୍ୟତା କେବେ ଭରଣ ହେବ କି ନାହିଁ ଏହି ପ୍ରଶ୍ନ ଏବେ ସମଗ୍ର ଗ୍ରାମର ହୃଦୟକୁ ନିରବରେ ଯନ୍ତ୍ରଣା ଦେଇଯାଉଛି।
ଏପରିସ୍ଥିତିରେ ଗ୍ରାମବାସୀଙ୍କ ଦାବି ଘଟଣାର ସତ୍ୟାସତ୍ୟ ଶୀଘ୍ର ଉଜାଗର କରି ଦୋଷୀଙ୍କୁ ଆଇନଅନୁସାରେ କଠୋର ଶାସ୍ତି ଦିଆଯାଉ ଏବଂ ଅନାଥ ହୋଇପଡ଼ିଥିବା ପିଲାମାନଙ୍କ ଭବିଷ୍ୟତ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଉ।
Edited by k.s thakur...





No comments