Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ ; ଜନ ଅସନ୍ତୋଷ ଦାନା ବାନ୍ଧୁଛି,ଲୋକଙ୍କୁ ମିଳୁନାହିଁ ପାଣି, ଜନସାଧାରଣ ଅତିଷ୍ଠ...

ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ ; ଜନ ଅସନ୍ତୋଷ ଦାନା ବାନ୍ଧୁଛି,ଲୋକଙ୍କୁ ମିଳୁନାହିଁ ପାଣି, ଜନସାଧାରଣ ଅତିଷ୍ଠ... ବରଗଡ଼,୦୩/୦୫(ବିଜୟ କୁମାର ସାହୁ): ବରଗଡ଼...

ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ ; ଜନ ଅସନ୍ତୋଷ ଦାନା ବାନ୍ଧୁଛି,ଲୋକଙ୍କୁ ମିଳୁନାହିଁ ପାଣି, ଜନସାଧାରଣ ଅତିଷ୍ଠ...


ବରଗଡ଼,୦୩/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ସହର ବିଜ୍ଞାପିତ ପରିଷଦ ୧୧ ୱାଡ଼ କୁ ନେଇ ଗଠିତ। ଖରା ଆରମ୍ଭ ନ ହେଉଣୁ ଅଙ୍ଗ ନଦୀରେ ଧାର ସୁଖି ଜଳଯୋଗାଣ ବ୍ୟବସ୍ଥା ଠପ୍ ହୋଇଯାଇଛି। ପ୍ରତିବର୍ଷ ଜଳୀୟ ସମସ୍ୟା ଲାଗିରହୁଥିବା ବେଳେ ଏଥର ମଧ୍ୟ ସମସ୍ୟା ଗମ୍ଭୀର ହେଲାଣି। 

     Ad..


ନଦୀ ରୁ ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ ହେଲାଣି। ଏବେ ଟ୍ୟାଙ୍କ ର ଯୋଗେ ଜଳ ଯୋଗାଣ ହେଉଛି ତାହା ପୁଣି ମାତ୍ର ୯ ଗୋଟି ଟ୍ୟାଙ୍କର ରେ ୧୧ ଉଆର୍ଡ କୁ ଜଳଯୋଗାଣ ହେଉଛି। ବର୍ଷେ ହେଲାଣି ସହରକୁ ୨୪ ଘଣ୍ଟା ମଧ୍ୟରୁ ମାତ୍ର ଗୋଟିଏ ଘଣ୍ଟା ଜଳଯୋଗାଣ ହେଉଥିଲା ହେଲେ ଏବେ ଅଧଘଣ୍ଟା ମଧ୍ୟ ସମୟ ପାଣୀ ଆସୁ ନାହିଁ ଯାହା କୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଲାନି ।  

     Ad..


ସହରବାସୀ ଙ୍କ ଜଳଯୋଗାଣ ବ୍ୟବସ୍ଥା କୁ ନେଇ ପ୍ରିୟରଞ୍ଜନ ଭୋଇ  ୱାର୍ଡ ୨ ର ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବରିଷ୍ଠ ନାଗରିକ ତଥା ନାଗରିକ କମିଟି ସଭାପତି ଜୟ ନାରାୟଣ ତ୍ରିପାଠୀ ପ୍ରତ୍ୟେକ ବର୍ଷ ଦେଖାଦେଉଥିବା ପାଣି ସମସ୍ୟା କୃତ୍ରିମ ନା ଆଉକିଛି ବୋଲି ପ୍ରଶ୍ନ ଉଠାଇଛନ୍ତି।

Ad..

ପଦ୍ମପୁର ନିକଟସ୍ଥ ଦର୍ବେକେଲା ଆନିକଟ ରୁ ପଦ୍ମପୁର ସହର କୁ ପାଣି ଆଣିବା ପାଇଁ ପାଇପ କାମ ଚାଲିଛି ଆସନ୍ତା ୫ ଦିନ ଭିତରେ କାମ ସରିଯିବ ବୋଲି ଅଧିକାରୀ କହିଛନ୍ତି। ହେଲେ ଅଙ୍ଗ ନଦୀ ରୁ ପଦ୍ମପୁର ସହରକୁ ହେଉଥିବା ଜଳଯୋଗାଣ ନାଗେନଦର୍ହା ଓ ଦର୍ବେକେଲା ଆନିକଟ ଗୋଟିଏ ମାସ ହେଲାଣି ସୁଖିଲା ପଡିଛି ଅଧିକାରୀ କେଉଁଠାରୁ ପାଣି ଆଣି ଦେବେ ତାହା ସହରବାସୀ ଙ୍କୁ ଭ୍ରମିତ କରିବା ଭଲି ହେଉଛି।

ଦଶନ୍ଧି ଦଶନ୍ଧି ଧରି ପଦ୍ମପୁର ସହରରେ ପାଇପ୍ ଜଳ ଯୋଗାଣ ସମସ୍ୟା ଯାହା ଖରା ମାସ ଅର୍ଥାତ୍ ଏପ୍ରିଲ ରୁ ଜୁନ୍ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ରହିଥାଏ ଯାହା ର ଅସ୍ଥାୟୀ ସମାଧାନ ସ୍ଵରୂପ ଟେଙ୍କର ଯୋଗେ ଜଳ ବିତରଣ କରାଯାଇଥାଏ। 

ଖରା ତିନିମାସ ଧରି ଟେଙ୍କର ରେ ଜଳ ଯୋଗାଣ ହେଉଥିବା ରୁ ଲୋକ ମଧ୍ୟ ଖୁସ୍ ନେତା ଓ ପ୍ରଶାସନ ମଧ୍ୟ ଖୁସ୍ ସମସ୍ୟା ସରିଗଲେ ଲୋକ ପାନୀୟ ଜଳ ସମସ୍ୟା ଭୁଲି ଥାନ୍ତି ଯାହା ଆସନ୍ତା ବର୍ଷ ପୁଣି ସମସ୍ୟା ସୃଷ୍ଟି କରିଥାଏ। 

ପ୍ରତ୍ୟେକ ଦିନ  ପଦ୍ମପୁର ସହରକୁ ଜଳ ଯୋଗାଣ ହେଉଥିବା ଅଙ୍ଗ ନଦୀରେ ପାଣି ଧାର ସଂପୂର୍ଣ୍ଣ  ସୁଖି ପଡିଛି ‌ ସହରର ପ୍ରାୟ ୨୫ ହଜାର ଜନସାଧାରଣ ଥିବାବେଳେ ବର୍ତମାନ ପାଣି ଚାରି ଲକ୍ଷ ପଚିଶ ହଜାର ଲିଟର ପାଣି ସହରକୁ ଯୋଗା ଯାଉଛି। 

ଆଗକୁ ଖରା ବଢିବା ସହ ଆସନ୍ତା ସପ୍ତାହ ପରେ ଅବସ୍ଥା ସାଂଘାତିକ ରୂପ ନେବ ଫଳରେ ଲୋକମାନେ ଅଡୁଆ ପରିସ୍ଥିତି ର ସମ୍ମୁଖୀନ ହେବାକୁ ସମ୍ଭାବନା ରହିଛି । ପଦ୍ମପୁର ସହରର ଅଙ୍ଗ ନଦୀର ମୁଖା  ଓ ପମ୍ପ ହାଉସ ଭରସାରେ ସହର ବାସୀ ନିର୍ଭର କରୁଛନ୍ତି। 

ଆଗକୁ ଜଳ ଯୋଗାଣ ଯଦ ଅନ୍ୟ ବର୍ଷ ଭଲି ସମସ୍ୟା ହୁଏ ତା ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଲୋକ କହୁଛନ୍ତି । ଏପଟେ ପଦ୍ମପୁର ବିଧାୟିକା କିମ୍ବା ସାଂସଦ କୈଣସି ବିକଳ୍ପ ଚିନ୍ତା କରୁ ନାହାନ୍ତି କି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ସମାଧାନ କରୁନାହାନ୍ତି ବୋଲି ଆଲୋଚନା ଓ ସମାଲୋଚନା ହେଉଛି। 

ଅନ୍ତତଃ ମେ ଓ ଜୁନ ଦୁଇମାସ ପାଇଁ ଜନପ୍ରତିନିଧି ଗୁରୁତ୍ବ ସହ ଏହି ଗମ୍ଭୀର ସମସ୍ୟା ପ୍ରତି ସଚେତନ ରୁହନ୍ତୁ ନଚେତ୍ ଜନ ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନା ରହିଛି।



Edited by k.s thakur...

No comments