ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିଶୁକନ୍ୟା ସମେତ ୩ଜଣଙ୍କ ମୃତ୍ୟୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିଶୁକନ୍ୟା ସମେତ ୩ଜଣଙ୍କ ମୃତ୍ୟୁ...


ସମ୍ବଲପୁର,୧୬/୦୫(ନି.ପ୍ର) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧୀନ କୁସମୀ ରାସ୍ତା ଫରେଷ୍ଟ ପାର୍କ ନିକଟରେ ଏକ ସ୍କର୍ପିଓ ଏବଂ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛ। 

Ad..


ମୃତକମାନେ ହେଲେ ଶିବ ମୁଣ୍ଡା (୪୦), ଦୀପକ ମୁଣ୍ଡା (୩୮) ଓ ଜଣେ ୭ ବର୍ଷୀୟ ଶିଶୁ।ସୂଚନା ଅନୁସାରେ ଶିବ ମୁଣ୍ଡାଙ୍କ ଜଣେ ସମ୍ପର୍କୀୟ କୁଚିଣ୍ଡା ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି। ତାଙ୍କୁ ରକ୍ତର ଆବଶ୍ୟକ ଥିଲା। ଏଥି ପାଇଁ ଶିବ ମୁଣ୍ଡା ଏକ ୟୁନିଟ୍‌ ରକ୍ତ ପ୍ରଦାନ କରିଥିଲେ। 

    Ad..


ରକ୍ତ ଦେଇ ସରିବା ପରେ ବିଞ୍ଜିପାଲି ତାଙ୍କ ସମ୍ପର୍କୀୟ ଝିଅ ଦୀପିକାକୁ ସାଥିରେ ନେଇ କୁସମୀ ଜମନକିରା ଯାଉଥିଲେ। ସନ୍ଧ୍ୟା ୬ଟାରେ କୁସମୀ ପଟରୁ ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ ବାଇକ ସହିତ ସମ୍ମୁଖ ଧକ୍କା ହୋଇଥିଲା। ବାଇକଟି ସ୍କର୍ପିଓ ଭିତରେ ପଶି ଯାଇଥିଲା। 

Ad..


ଘଟଣା ସ୍ଥଳରେ ଦୀପକ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା।ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶିବ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ୭ବର୍ଷ ବୟସର ଶିଶୁକନ୍ୟାକୁ ବୁର୍ଲା ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇ ଥିଲା। 

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଗଟିଛି। ଶିବ ମୁଣ୍ଡା ଗୋଟିଏ ଭିନ୍ନକ୍ଷମ ଝିଅ ରହିଛି। ବର୍ତମାନ ଶିବ ମୁଣ୍ଡାଙ୍କ ବିଧବା ପତ୍ନୀ, ବୃଦ୍ଧ ବାପା ମା, ଭିନ୍ନକ୍ଷମ ଶିଶୁଟି ଭରଣ ପୋଷଣ କିଏ କରିବେ ତାହା ଏକ ପ୍ରଶ୍ନ।



Edited by k.s thakur...

Post a Comment

Previous Post Next Post