Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଧରାପଡ଼ିଲେ ଆଦି@ଆରିକ୍ସ ବ୍ରଦର୍ସ: ଟାର୍ଗେଟ୍‌ରେ ଥିଲେ କଲେଜଛାତ୍ରୀ...

ଧରାପଡ଼ିଲେ ଆଦି@ଆରିକ୍ସ ବ୍ରଦର୍ସ: ଟାର୍ଗେଟ୍‌ରେ ଥିଲେ କଲେଜଛାତ୍ରୀ... ଭୁବନେଶ୍ବର,୧୬/୦୫(ନି.ପ୍ର):  ରାଜ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଇନ୍‌ଷ୍ଟାଗ୍ର...

ଧରାପଡ଼ିଲେ ଆଦି@ଆରିକ୍ସ ବ୍ରଦର୍ସ: ଟାର୍ଗେଟ୍‌ରେ ଥିଲେ କଲେଜଛାତ୍ରୀ...


ଭୁବନେଶ୍ବର,୧୬/୦୫(ନି.ପ୍ର): ରାଜ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଇନ୍‌ଷ୍ଟାଗ୍ରାମ୍‌ ଆଦି ସାମାଜିକ ଗଣମାଧ୍ୟମ ଓ ପ୍ରତ୍ୟକ୍ଷ ଭାବେ କଲେଜ୍‌ଛାତ୍ରୀଙ୍କୁ  ନକଲି ପରିଚୟରେ ପ୍ରେମଜାଲରେ ଫସାଉଥିଲେ। 

         Ad..


ସେମାନଙ୍କ ସହ ଦୁଷ୍କର୍ମ କରି ଭିଡ଼ିଓ ଉତ୍ତୋଳନ କରି ବ୍ଲାକ୍‌ମେଲ୍‌ କରୁଥିଲେ। ଏଥିରୁ ମିଳୁଥିବା ଟଙ୍କାରେ ଦାମୀ ମୋବାଇଲ୍‌ ଓ‌ ଗୋଆରେ ମଉଜ କରୁଥିଲେ। ଶେଷରେ ଜଣେ ପୀଡ଼ିତା କଲେଜ୍‌ ଛାତ୍ରୀଙ୍କ ସାହସ ଯୋଗୁଁ ଧରାପଡ଼ିଛନ୍ତି। 

   Ad..


ଗତସିଂହପୁରର ଏହି ବ୍ୟସନାଭିଳାସୀ ଆଦି ଓରଫ ଆରିକ୍ସ ବ୍ରଦର୍ସ- ଜ୍ଞାନ ରଂଜନ ନାୟକ (୨୦) ଓ ବିଶ୍ବ ରଞ୍ଜନ ନାୟକ (୨୪)।ଆଜି ଏହି ଘଟଣା ସମ୍ପର୍କରେ ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

Ad..


ସୂଚନାନୁସାରେ, ବଡ଼ ଭାଇ ବିଶ୍ବରଂଜନ ଓ ଛୋଟଭାଇ ଜ୍ଞାନରଂଜନ ଜଗତସିଂପୁର ଜିଲ୍ଲା ଇଚ୍ଛାପୁରର ବାସିନ୍ଦା ଅଟନ୍ତି। ସେମାନେ ଭୁବନେଶ୍ବର ଖଣ୍ଡଗିରି ନିକଟସ୍ଥ ସୌଭାଗ୍ୟ ନଗରରେ ଭଡ଼ାଘରେ ରହୁଥିଲେ। ୨୦୨୬ ମଇ ୧୪ରେ ଜଣେ ଅବିବାହିତ ଯୁବତି ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। 

ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଥିଲା।ତଦନ୍ତରେ ଜଣାପଡ଼ିଥିଲା ଯେ, ସେମାନେ କଲେଜ୍‌ ଯାଉଥିବା ଛାତ୍ରୀଙ୍କୁ ଟାର୍ଗେଟ୍‌ କରୁଥିଲେ। ‌ଜ୍ଞାନରଂଜନ ନିଜର ନାମକୁ ଗୋପନ ରଖି ଇନ୍‌ଷ୍ଟାଗ୍ରାମ୍‌ରେ ଆଦି ଆଟ୍‌ ଆରିକ୍ସ ବୋଲି ପରିଚୟ ଦେଉଥିଲା। 

ଉଭୟ ଭାଇ କଲେଜ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇ ନିଜ ରୁମ୍‌କୁ ଡାକି ଦୁଷ୍କର୍ମ କରୁଥିଲେ। ଦୁଷ୍କର୍ମର ଭିଡ଼ିଓ ଓ ଫଟୋ ଉଠାଇ ଦୁଇ ଭାଇ ଛାତ୍ରୀମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ଏଭଳି ବ୍ଲାକ୍‌ମେଲ୍‌ କରି ପୁଣି ସେମାନଙ୍କୁ ଶାରୀରିକ ଓ ଆର୍ଥିକ ଶୋଷଣ କରୁଥିଲେ। 

ଏହି ଟଙ୍କାରେ ସେମାନେ ଗୋଆ ଆଦି ସ୍ଥାନ ଯାଇ ମଉଜମଜଲିସ କରୁଥିଲେ।୨୦୧୪ରେ ପୀଡ଼ିତା ଯୁବତୀଙ୍କ ସହ ଜ୍ଞାନରଞ୍ଜନ ଇନ୍‌ଷ୍ଟାଗ୍ରାମ୍‌ରେ ପରିଚୟ ହୋଇଥିଲା। ପରେ ଯୁବତୀଙ୍କୁ ନେଇ ନିଜ ବଡ଼ଭାଇ ସହ ପରିଚୟ କରାଇଥିଲେ। 

ପରେ ଜ୍ଞାନରଞ୍ଜନ ଉକ୍ତ ପୀଡ଼ିତାଙ୍କୁ ଡେଲ୍‌ଟା ଛକରେ ଥିବା ନିଜ ଭଡ଼ାଘରକୁ ଡାକି ଦୁଷ୍କର୍ମ କରୁଥିଲେ। ଏଥିରେ ଯୁବତୀ ଜଣକ ୪ ମାସର ଗର୍ଭବତୀ ହୋଇଥିଲେ। ଏହି କଥା ଜ୍ଞାନରଞ୍ଜନ ନିଜର ବଡ଼ଭାଇ ବିଶ୍ବରଞ୍ଜନକୁ ଜଣାଇଥିଲେ। 

ଯୋଜନା ଅନୁସାରେ, ୨୦୨୫ ମଇମାସରେ ଜ୍ଞାନରଞ୍ଜନ ଉକ୍ତ ଯୁବତୀଙ୍କୁ ନେଇ କଟକ ଗ‌ଣେଶ ପାଲେସ୍‌ ନିକଟରେ ଥିବା ସିଡିଏ ସେକ୍ଟର-୯ରେ ରହୁଥିବା ବଡ଼ଭାଇଙ୍କ ଭଡ଼ାଘରକୁ ଯାଇଥିଲେସେଠାରେ ଉଭୟ ଭାଇ ତାଙ୍କୁ ବଳପୂର୍ବକ ଗର୍ଭପାତ ଔଷଧ ଦେଇ ଗର୍ଭପାତ କରାଇଥିଲେ। 

ଘରେ ଅଟକ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ। ଏପରିକି ତାଙ୍କ ହାତକାଟି ହତ୍ୟା କରିବାକୁ ଯୋଜନା କରିଥିଲେ। ତେବେ ସୌଭାଗ୍ୟକ୍ରମେ ଦୁଇ ଭାଇ ଘରେ ଅନୁପସ୍ଥିତ ଥିବା ବେଳେ ପୀଡ଼ିତା ଯୁବତୀ ସେଠାରୁ ଖସି ଆସିଥିଲା। ଏହି କଥା ନିଜର ବାପାମା’ଙ୍କୁ କହିଥିଲା। 

କିନ୍ତୁ ଲଜ୍ଜା ଓ ସାମାଜିକ ଅପବାଦ ଭୟରେ ସେମାନେ ପୁଲିସକୁ ଜଣାଇନଥିଲେ। ଜ୍ଞାନ ରଂଜନଙ୍କ ମୋବାଇଲ୍‌ ବ୍ଲକ୍‌ କରିଦେଇଥିଲେ।ତେବେ ପୁଣିଥରେ ଜ୍ଞାନରଞ୍ଜନ ଉକ୍ତ ଯୁବତୀଙ୍କ ଗାଁରେ ପହଞ୍ଚି ଭୟଭୀତ କରାଇ ପୀଡ଼ିତା ଓ ତାଙ୍କ ଭଉଣୀଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟିଥିଲେ। 

ପରେ ପୀଡ଼ିତା ଜଣକ ପାରାଦୀପର ଏକ କମ୍ପାନୀରେ ଚାକିରି ପାଇଥିଲେ। ସେଠାକୁ ଯାଇ ଉକ୍ତ ଯୁବତୀଙ୍କୁ ପୁଣି ନିର୍ଯାତନା ଓ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ। ଯୁବତୀଜଣକ ଏଥିରେ ବିବ୍ରତ ହୋଇ ଜାନୁଆରି ୨୦୨୬ରେ ଚାକିରି ଛାଡ଼ିଦେଇଥିଲେ।

ଶେଷରେ ଅନ୍ୟ ଉପାୟ ନପାଇ ପୀଡ଼ିତା ପୁଲିସ ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ପୁଲିସ ଉକ୍ତ ଅଭିଯୁକ୍ତ ଦ୍ବୟଙ୍କୁ ଧରିଥିଲେ।ଜ୍ଞାନ ରଞ୍ଜନ ନିକଟରୁ ଆଇଫୋନ୍‌ ୧୫ ପ୍ରୋ ମ୍ୟାକ୍ସ (୧ଲକ୍ଷ ୩୦ହଜାର ଟଙ୍କା) ଓ ବିଶ୍ବରଞ୍ଜନଙ୍କ ନିକଟରୁ ଏସ୍‌-୨୫ ସମ୍‌ସାଙ୍ଗ୍‌ ଅଲ୍‌ଟ୍ରା ‌(୧ଳକ୍ଷ ୩୨ହଜାର ଟଙ୍କା) ଜବତ କରାଯାଇଛି। 

ମୋବାଇଲ୍‌ ଫୋନ୍‌ରୁ ଉକ୍ତ ପୀଡ଼ିତାଙ୍କ ସମେତ ଏକାଧିକ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଫଟୋକୁ ଉଦ୍ଧାର କରାଯାଇଛି। ଆଜି ପଚରାଉଚରା ଓ ଡାକ୍ତରୀ ପରୀକ୍ଷଣ ପରେ ଆସନ୍ତାକାଲି କୋର୍ଟରେ ହାଜର କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। 



Edited by k.s thakur...

No comments