ରଜାମରା ମଦଭାଟିରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ...
ମୁରିବାହାଲ/କଣ୍ଟାବାଞ୍ଜି,୨୯/୦୫(ଶଙ୍କର ମାଝୀ) : ବଲାଙ୍ଗିର ଜିଲ୍ଳା କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ରଜାମରା ଗାଁ ରେ ଥିବା ମଦଭାଟି ରେ ଆଜି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣ ଶିକାର ହୋଇଥିବା ଯୁବକ ଜଣକ ରଜାମରା ଗାଁ ର ପ୍ରଶ୍ନ ରଣା ବୋଲି ଜଣାପଡିଛି।
Ad..
ପ୍ରଶ୍ନ ଙ୍କ କହିବା ଅନୁସାରେ ତାଙ୍କ ଜମିକୁ ଲାଗି କି ମଦଭାଟି ରହିଛି। ଅନେକ ସମୟରେ ଅଲିଆ ଆଭର୍ଜନା ପଡ଼ି ରହିଛି। ଯାହା କୁ ନେଇ ସେ ପ୍ରତିବାଦ କରିଥିଲେ ଏବଂ ଏ ପ୍ରତିବାଦ କରିବା ଫଳରେ ରଜାମରା ଗାଁ ର ଅନ୍ୟ ଜଣେ ଯୁବକ ମଦଭାଟି ରେ କାମ କରୁଥିଲେ ଏବଂ ତାଙ୍କୁ ଆସି ସେ ଆକ୍ରମଣ କରିଥିଲେ।
Ad..
ଯୁବକ ଙ୍କୁ ଲୁହା, ଲୁହଣ ରେ ଆକ୍ରମଣ ଥିଲେ ଏବଂ ଏ ନେଇ ଆକ୍ରମଣ ରେ ତାଙ୍କ ରକ୍ତସ୍ରାବ ଦେଖିବାକୁ ମିଳିଛି ଏବଂ ତାଙ୍କ ମୁଣ୍ଡରେ ହାତ ରେ ଗଭିର ଆଘାତ ଲାଗିଛି।
ଏ ନେଇ ତାଙ୍କ ସ୍ତ୍ରୀ ଦେଖି ତାଙ୍କୁ ଛଡ଼ାଇବାକୁ ଯାଇଥିବା ସମୟରେ ତାଙ୍କ ସ୍ତ୍ରୀ ବବିତା ରଣା ଙ୍କୁ ମଧ୍ୟ ସେ ଯୁବକ ଜଣକ ଆକ୍ରମଣ କରିଛନ୍ତି ଏବଂ ଗୁରୁତ୍ୱ ର ଅବସ୍ଥା ରେ ପ୍ରଶ୍ନ କୁ ପରିବାର ଲୋକେ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ।ଖବର ପାଇ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
Edited by k.s thakur...



