ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ...

ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗର ସଚେତନତା ଶିବିର ଅନୁଷ୍ଠିତ...


ବରଗଡ଼/ବରପାଲି,୨୯/୦୫(ବିଜୟ କୁମାର ସାହୁ) : ବରଗଡ ଜିଲ୍ଲା ବରପାଲି ସ୍ଥିତ ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ କର୍କଟ ରୋଗ ସଚେତନତା ଶିବିର ସଂଘ ର ସଭାପତି ଚିତ୍ତ ରଞ୍ଜନ ସାହୁଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇଯାଇଅଛି।

      Ad..


ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବିକାଶ ମଲ୍ଟି ହସ୍ପିଟାଲର ଏଚଓଡି ସର୍ଜିକାଲ ଡକ୍ଟର ଭରତ ଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ପ୍ରତିଭା ବାରିକ, ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର,ତହସିଲଦାର ରୁକ୍ମଣ କୁମାର ମେହେର, ଏନଏସି ଅଧ୍ୟକ୍ଷ ଦିନେଶ ଗହିର...

    Ad..


ବ୍ଲକ ଅଧ୍ୟକ୍ଷା ରିନା ଥଇତ, ବରପାଲି ଥାନା ଅଧିକାରୀ ପ୍ରମୋଦ କୁମାର ସାହୁ, ଗୋଷ୍ଟି ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର, ଡାକ୍ତର ରେଜେଶ କୁମାର ବେହେରା, ଡାକ୍ତର ନିମାଇଁ ଚରଣ ସାହୁ,  ଜଗବାନ୍ଧୁ ଦାଶ ଜେଡି ମହିଳା ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶ, ଯୋଗଦାନ କରି କର୍କଟ ରୋଗ ଅଧିକ ସଂକ୍ରମଣ ନହେବ ଏବଂ ସରକାରଙ୍କ ତରଫରୁ...

ଦିଆଯାଇଥିବା କର୍କଟ ରୋଗର ଟୀକା ଅଧିକରୁ ଅଧିକ ପରିମାଣରେ ୯ ବର୍ଷ ରୁ ଉର୍ଦ୍ଧ ଯୁବତୀ ମାନଙ୍କୁ ଟୀକା ଦେବା ସହିତ କେନ୍ସର ଜାତୀୟ ସଂକ୍ରମଣରୁ ବଞ୍ଚିତ ହେବା ପାଇଁ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। 

ପ୍ରଥମେ ମା ସମଲେଶ୍ଵରୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରିଥିଲେ।ଏହି ଶିବିରରେ ବରିଷ୍ଟ ସାମ୍ୱାଦିକ ବାଲ କିଶୋର ଖାଡାଙ୍ଗ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରକୁ ବରପାଲି ସାମ୍ୱାଦିକ ସଂଘ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। 

ଏହି ଶିବିରରେ ମାରୱାଡ଼ି ମହିଳା ସଂଘ, ସରସ୍ବତୀ ମହିଳା ସଂଘ, ବରପାଲି ବ୍ଲକ ଓ ଏନଏସି ର ସମସ୍ତ ଆଶା, ଅଙ୍ଗନୱାଡ଼ି, ସ୍ଵାସ୍ଥ୍ୟ କର୍ମୀ, ସମସ୍ତ ସ୍ଵାସ୍ଥ୍ୟ କର୍ମୀ, ସ୍ଵାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ବରପାଲି ସାମ୍ୱାଦିକ ସଂଘର ସଦସ୍ୟ ସୂର୍ଯ୍ୟ ଦାଶ, ବାଲ କିଶୋର ଖାଡାଙ୍ଗା...

ବ୍ରଜକିଶୋର ମେହେର, ସୁଦାମ ଦୀପ, ସୁବୋଧ ସାହୁ, ଦୁଷ୍ମନ୍ତ ମିଶ୍ର, ହର୍ଷ ବେହେରା, ବରଗଡ  ଫାଇଟର୍ଷ ଗ୍ରୁପର ସୁନିଲ ଶର୍ମା, ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ସଭା ଶେଷରେ  ସମାଜସେବୀ ନିବେଦିତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post