କଣ୍ଟାବାଞ୍ଜିରେ ଜନଗଣନା ପ୍ରକ୍ରିୟାର ଆରମ୍ଭ ; ସୁପରଭାଇଜରଙ୍କୁ କିଟ୍ ବଣ୍ଟନ...

କଣ୍ଟାବାଞ୍ଜିରେ ଜନଗଣନା ପ୍ରକ୍ରିୟାର ଆରମ୍ଭ ; ସୁପରଭାଇଜରଙ୍କୁ କିଟ୍ ବଣ୍ଟନ...


କଣ୍ଟାବାଞ୍ଜି,୦୪/୦୫(ନି.ପ୍ର): ଓଡ଼ିଶାରେ ୧ ଏପ୍ରିଲ ୨୦୨୬ ରୁ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଲୋକସେବା ଭବନରେ ନିଜ ତଥ୍ୟ ପ୍ରଦାନ କରି ଏହାର ଶୁଭାରମ୍ଭ କରିଥିଲେ।

Ad..


ଏହା ସହିତ କଣ୍ଟାବାଞ୍ଜି ତହସିଲ କ୍ଷେତ୍ରରେ ମଧ୍ୟ ଜନଗଣନା କାର୍ଯ୍ୟ ଗତିଶୀଳ ଭାବରେ ଚାଲିଛି। କଣ୍ଟାବାଞ୍ଜି ତହସିଲଦାର ଶ୍ରୀ ବିଶ୍ୱନାଥ ଖାଲକୋ ତାଙ୍କ ଅଧୀନରେ କାମ କରୁଥିବା ୩୦ ଜଣ ସୁପରଭାଇଜରଙ୍କୁ ବେଗ, ଟୋପି ଓ ଅନ୍ୟାନ୍ୟ ଆବଶ୍ୟକ କିଟ୍ ବଣ୍ଟନ କରିଛନ୍ତି।

    Ad..


ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଶ୍ରୀ ସୌମ୍ୟରଞ୍ଜନ ରାଉତ ସହ ଜନଗଣନା କିରାଣୀ ରଜତ କୁମାର ସାହୁ, ସଙ୍କୀର୍ତନ ରଣା, ଅନୁପମା ତ୍ରିପାଠୀ, ସରିତା ପ୍ରଧାନ, ସଞ୍ଜତ ଭୋଇ ଓ ସୁନିଲ ବିଭାହର ଉପସ୍ଥିତ ଥିଲେ।

Ad..





Edited by k.s thakur...

Post a Comment

Previous Post Next Post