Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସରେ ତିଳକ ଲଗାଇ ସାଲ୍ୟୁଟ ଜଣାଇଲା ବରଗଡ଼ ମହିଳା ସମିତି : ଅଗ୍ନିଶମ ଯବାନଙ୍କ ସେବା, ତ୍ୟାଗ ଓ ସମର୍ପଣ ଅତୁଳନୀୟ....

ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସରେ ତିଳକ ଲଗାଇ ସାଲ୍ୟୁଟ ଜଣାଇଲା ବରଗଡ଼ ମହିଳା ସମିତି : ଅଗ୍ନିଶମ ଯବାନଙ୍କ ସେବା, ତ୍ୟାଗ ଓ ସମର୍ପଣ ଅତୁଳନୀୟ.... ବରଗଡ଼,୦୪/୦...

ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସରେ ତିଳକ ଲଗାଇ ସାଲ୍ୟୁଟ ଜଣାଇଲା ବରଗଡ଼ ମହିଳା ସମିତି : ଅଗ୍ନିଶମ ଯବାନଙ୍କ ସେବା, ତ୍ୟାଗ ଓ ସମର୍ପଣ ଅତୁଳନୀୟ....


ବରଗଡ଼,୦୪/୦୫(ବିଜୟ କୁମାର ସାହୁ): ଦମକଳ ବାହିନୀ ଉଭୟ ନିଆଁ ଲିଭାଇବା ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟରେ ଏକ ଅତ୍ୟାବଶ୍ୟକ ସେବା ଭାବେ କାର୍ଯ୍ୟ କରୁଛି। 
        Ad..

ଅଗ୍ନିଶମ କର୍ମଚାରୀଙ୍କ ସାହସ, ଆତ୍ମ-ତ୍ୟାଗ ଏବଂ ଉତ୍ସର୍ଗକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସରେ ସେମାନଙ୍କ କର୍ତ୍ତବ୍ୟ, ପ୍ରତିବଦ୍ଧତା ଏବଂ ସମାଜରେ ହିରୋ ଭାବରେ ସେମାନଙ୍କର ଭୂମିକାକୁ ବରଗଡ଼ ମହିଳା ସମିତି ସେଲ୍ୟୁଟ ଜଣାଇଛି। 

    Ad..


ସମିତିର ସଦସ୍ୟଗଣ ବରଗଡ଼ ଅଗ୍ନିଶମ କେନ୍ଦ୍ରର ଯବାନ ମାନଙ୍କୁ ତିଳକ ଲଗାଇ, ଧୂପ ଦୀପ ଚାଉଳରେ ବନ୍ଦନା କରି ତଥା ଫୁଲତୋଡାଦେଇ ଓ ମିଷ୍ଟାନ୍ନ ଖୁଆଇ ଅଭିନନ୍ଦନ ଜଣାଇଥିଲେ। 

Ad..


ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ଜୀବନକୁ ବିପଦରେ ପକାଇବା, ବନ୍ଧୁତା ଏବଂ ସାର୍ବଜନୀନ ସେବାର ମହାନ ପ୍ରୟାସ କରିଆସିଥିବା ଅଗ୍ନିଶମ ଯବାନ ମାନଙ୍କ ତ୍ୟାଗ ଓ ସମର୍ପଣ ସେବାଭାବକୁ ସମିତି ପକ୍ଷରୁ ସଭାନେତ୍ରୀ ମନ୍ଦାକିନୀ ପତି ଭୂୟସୀ ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ। 

ବରିଷ୍ଠ ସଦସ୍ୟା ମମତା ମିଶ୍ର ବରଗଡରେ ୧୯୭୦ ମସିହାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହେବା ପଛରେ ସ୍ବର୍ଗତ ଜନସାଥି ଲେଙ୍ଗୁ ମିଶ୍ରଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ସେ ସମୟରେ ଅଗ୍ନିକାଣ୍ଡ ଘଟିଲେ ସମ୍ବଲପୁର ଦମକଳ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। 

ଦମକଳ ଗାଡ଼ି ଆସିଲା ବେଳକୁ ସବୁକିଛି ପୋଡ଼ି ଶେଷ ହୋଇ ଯାଉଥିଲା। ଏଭଳି ଏକ ଅଗ୍ନିକାଣ୍ଡ ବରଗଡ଼ ହାଟପଦାରେ ଷାଠିଏ ଦଶକର ଶେଷ ଭାଗରେ ଘଟିଥିଲା। ସମ୍ବଲପୁରରୁ ଦମକଳ ଆସି ଫେରିଯିବା ବେଳେ ବରଗଡରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ଦାବିରେ ଗାଡି ସାମନାରେ ଲେଙ୍ଗୁବାବୁ ଶୋଇ ପଡ଼ି ଦମକଳକୁ ଯିବାକୁ ଦେଇନଥିଲେ। 

ଏହି ଘଟଣା ଆନ୍ଦୋଳନ ପରେ ସରକାର ବରଗଡରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ନିଷ୍ପତ୍ତି ନେଇ ଏକ ଉପକେନ୍ଦ୍ର ପ୍ରତିଷ୍ଠା କରିଥିଲେ ବୋଲି ସୂଚନା ଦେଇଥିଲେ। ଫାୟାର ଫାଇଟରଙ୍କ ପରିବାରର ବଳିଦାନକୁ ସମାଜ ପାଇଁ ଅତ୍ୟାବଶ୍ୟକୀୟ, ନିସ୍ୱାର୍ଥପର ସେବା ଭାବରେ ମଧ୍ୟ ମହିଳା ସମିତି ପ୍ରଶଂସା କରି ସମ୍ମାନ ଜଣାଇଥିଲା। 

 ସମ୍ବର୍ଦ୍ଧନାର ଉତ୍ତରରେ ଅଗ୍ନିଶମ କେନ୍ଦ୍ର ତରଫରୁ ଫାୟାର ଫାଇଟର ସୁନୀଲ ବେହେରା କହିଥିଲେ ଯେ, ଆପାତ କାଳୀନ ସୂଚନା ପାଇବା ମାତ୍ରେ ଆମକୁ ଯାତ୍ରା ଆରମ୍ଭ କରିବାକୁ ଗୋଟିଏ ମିନିଟ୍ ସମୟ ଲାଗିଥାଏ। ମାତ୍ର ଲୋକଙ୍କ ସଚେତନତା ଅଭାବରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ବେଳେ ବେଳେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ବିଳମ୍ବିତ ହୋଇଥାଏ। 

ଏ ଦିଗରେ ଲୋକେ ସଚେତନ ହୋଇ ଦମକଳ ଗାଡ଼ିକୁ ଅବାଧରେ ଯିବାକୁ ଦେବାପାଇଁ ଏବଂ ଆପାତ କାଳୀନ ପରିସ୍ଥିତିରେ ଫୋନ୍ ନମ୍ବର ୧୧୨ ରେ ସମ୍ପର୍କ କରିବାକୁ କହି ମହିଳା ସମିତିର ଏଭଳି ଭାତୃତ୍ୱ ପୂର୍ଣ୍ଣ ଶ୍ରଦ୍ଧା ଓ ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କେନ୍ଦ୍ର ଅଧିକାରୀ ରାମ କୁଜୁର, ଫାୟାର ଫାଇଟର ଅମରେଶ ପଢାନ, ମୋତିଲାଲ ଦାଶ, ବସିଷ୍ଟ ଦଣ୍ଡସେନା ପ୍ରମୁଖ ଅଗ୍ନିଶମ କର୍ମଚାରୀଙ୍କ ଆପାତକାଳୀନ ସେବା ସମୟରେ ଜନ ସହଯୋଗର ଆବଶ୍ୟକତା ସମ୍ପର୍କରେ ବୁଝାଇ ଥିଲେ। 

ମହିଳା ସମିତିର ସମ୍ପାଦିକା ରିନୁ ପତି, କୋଷାଧ୍ୟକ୍ଷା ତନୀମା ଦାଶ, ସଦସ୍ୟା ଅଞ୍ଜନା ଦାସ, ସୁଧାଂଶୁବାଳା ଦାଶ, ସରିତା ଦାଶ, ସବିତା ଗୁରୁ, ଦିବ୍ୟକାନ୍ତୀ ଭୋଇ, ମୀନା ପଣ୍ଡା, ବୀଣାପାଣି ଦାଶ, ମଞ୍ଜୁ ପ୍ରଧାନ ପ୍ରମୁଖ ଏହି ସମ୍ବର୍ଦ୍ଧନା ସମାରୋହରେ ସାମିଲ ହୋଇଥିଲେ।



Edited by k.s thakur...

No comments