ବିଧାୟକ ରାଜା ସ୍ଵାଇଁଙ୍କ ଉପରେ ଆକ୍ରମଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ...

ବିଧାୟକ ରାଜା ସ୍ଵାଇଁଙ୍କ ଉପରେ ଆକ୍ରମଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ...


ଭୁବନେଶ୍ଵର,୨୪/୦୫(ନି.ପ୍ର) : ଆଠଗଡ଼ ବିଧାୟକ ରାଜା ସ୍ଵାଇଁଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି।

Ad..


ଚିଠିରେ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହା ଆମର ଗଣତନ୍ତ୍ର ଉପରେ ଏକ ସିଧାସଳଖ ଆକ୍ରମଣ ବୋଲି ପଟ୍ଟନାୟକ କହିଛନ୍ତି। 

   Ad..


ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।କହିରଖୁଛୁ ଯେ, କଟକ ଜିଲ୍ଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ଯାଉଥିବାବେଳେ...

ତାଙ୍କୁ ବିରୋଧ କରିବା ସହ ତାଙ୍କ ଗାଡ଼ିକୁ ଅଣ୍ଡା ଓ ପାଣି ବୋତଲ ମାଡ଼ କରାଯାଇଥିଲା। ଏପରିକି ଠେଙ୍ଗା ଧରି ବିରୋଧ କରାଯାଇଥିଲା । ଏନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା।



Edited by k.s thakur...

Post a Comment

Previous Post Next Post