ପଦ୍ମପୁର ଜେନିଥ୍ ଲାୟନ୍ସ ଗୁରୁକୁଳ ର ଦୁଇଦିନିଆ ବାର୍ଷିକୋତ୍ସବ ପାଳିତ...

ପଦ୍ମପୁର ଜେନିଥ୍ ଲାୟନ୍ସ ଗୁରୁକୁଳ ର ଦୁଇଦିନିଆ ବାର୍ଷିକୋତ୍ସବ ପାଳିତ...


ବରଗଡ଼/ପଦ୍ମପୁର,୧୩/୦୪(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ସହର ସ୍ଥିତ  ଜେନିଥ୍ ଲାୟନ୍ସ ଗୁରୁକୁଳ ର ଦୁଇଦିନିଆ ବାର୍ଷିକୋତ୍ସବ (ଫିଏଷ୍ଟା) ମହାସମାରୋହ ରେ ଆୟୋଜିତ ହୋଇଯାଇଛି। 

Ad..


ଗତ ୧୧ ଓ ୧୨ ଦୁଇଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲ୍ଲୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ଦ୍ୱୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

    Ad..


ତାଙ୍କ ସହିତ ଉପସ୍ଥିତ ଥିଲେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ, ସମ୍ପାଦକ ଶ୍ରୀଯୁକ୍ତ ପବନ ଅଗ୍ରୱାଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମହମ୍ମଦ ଜାୱେଦ, ଅଧ୍ୟକ୍ଷ ଡ଼ ମନୋଜ କୁମାର ପଣ୍ଡା , ଜେନିଥ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର  ଅଧ୍ୟକ୍ଷ ଶ୍ରୀଯୁକ୍ତ ଚତୁର୍ଭୁଜ ପ୍ରଧାନ ପ୍ରମୁଖ। 

ଅଧ୍ୟକ୍ଷ ଡ଼ ମନୋଜ କୁମାର ପଣ୍ଡା ଙ୍କ ଅଭିଭାଷଣ ରୁ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରିଚାଳନା କମିଟିର ଉପ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ ।ଶ୍ରୀମତୀ କୁଲ୍ଲୁ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଆହରଣ କରି ଦେଶଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। 

ଏହାପରେ ଗତ ଶିକ୍ଷାବର୍ଷ ବୋର୍ଡ ପରୀକ୍ଷା ରେ ଶତକଡା ୯୦% ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଠିକ୍ ସେହିପରି ଦ୍ୱିତୀୟ ଦିନ ସଂଧ୍ୟା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ। ସେ  ତାଙ୍କ ବକ୍ତବ୍ୟରେ ଶୃଙ୍ଖଳା, ସାଧନା ଏବଂ ସଂଘର୍ଷ ମାଧ୍ୟମରେ ସଫଳତା ହାସଲର ମନ୍ତ୍ର ଦେଇଥିଲେ । ଏହା ପରେ ଅଧ୍ୟକ୍ଷ ଡ଼ ମନୋଜ କୁମାର ପଣ୍ଡା ଙ୍କ ଲିଖିତ 

ପ୍ରେରଣାଦାୟୀ ପୁସ୍ତକ (ଫୁଏଲ୍ ଫର୍ ଦି ଫାୟାର୍: ଇଗ୍ନାଇଟ୍ ୟୋର୍ ପ୍ୟାସନ୍ ଆଣ୍ଡ୍ ପର୍ପଜ୍) ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସମାଜ ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ଡ଼. ଶଙ୍କର ରାମଚନ୍ଦାନି, ଡ଼ ବାଞ୍ଛାନିଧି ପଣ୍ଡା, ନାଟ୍ୟକାର ଶ୍ରୀଯୁକ୍ତ ଅଶୋକ କୁମାର ବହିଦାର, ଶ୍ରୀଯୁକ୍ତ ଅମରଦୀପ ଅଗ୍ରୱାଲ ଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। 

ଏତଦ୍ ବ୍ୟତୀତ ଶିକ୍ଷାନୁଷ୍ଠାନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଗୌରବ ଆଣିଥିବା ଛାତ୍ର ଛାତ୍ରୀ ,  ସ୍ଥାନୀୟ ସାମ୍ବାଦିକ ଓ ସୋସିଆଲ ମିଡ଼ିଆ କ୍ରିଏଟର ମାନଙ୍କୁ  ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। 

ଉଭୟ ଦିନର ଅତିଥି ମାନଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଅନୁଷ୍ଠାନ ପକ୍ଷରୁ ସ୍ମୃତି ଫଳକ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଦୁଇଦିନ ଧରି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । 

ସଭାକାର୍ଯ୍ୟ କୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ବେହେରା । ଶିକ୍ଷାନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ମମତା ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post