OUSSSC ସଦସ୍ୟ ଭାବେ ନିଯୁକ୍ତ ହେଲେ ତ୍ରୈଲୋକ୍ୟନାଥ ଖୁଣ୍ଟିଆ ଏବଂ କଲ୍ୟାଣ କୁମାର ରଥ...

OUSSSC ସଦସ୍ୟ ଭାବେ ନିଯୁକ୍ତ ହେଲେ ତ୍ରୈଲୋକ୍ୟନାଥ ଖୁଣ୍ଟିଆ ଏବଂ କଲ୍ୟାଣ କୁମାର ରଥ...


ଭୁବନେଶ୍ଵର,୧୬/୦୪(ନି.ପ୍ର) : ତ୍ରୈଲୋକ୍ୟନାଥ ଖୁଣ୍ଟିଆ ଏବଂ କଲ୍ୟାଣ କୁମାର ରଥ ଓଡିଶା ୟୁନିଫର୍ମ୍‌ଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନର ସଦସ୍ୟ ନିଯୁକ୍ତ ହେଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି।

Ad..


ତ୍ରୈଲୋକ୍ୟନାଥ ଖୁଣ୍ଟିଆ ହେଉଛନ୍ତି CRPFର ପୂର୍ବତନ ଆଇ.ଜି ଏବଂ କଲ୍ୟାଣ କୁମାର ରଥ ବର୍ତ୍ତମାନ ମୁଖ୍ୟ ଶାସନ ସଚିବଙ୍କ OSD ଭାବେ କାର୍ଯ୍ୟରତ ଅଛନ୍ତି।ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାମ୍ମୁ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ସ୍ବାଇଁଙ୍କୁ ଏହି ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। 

    Ad..


ଏହି କମିଶନର ଅଧ୍ୟକ୍ଷ ଏବଂ ଦୁଇଟି ସଦସ୍ୟ ପଦବୀ ପୂରଣ ହେବା ଯୋଗୁ ରାଜ୍ୟର ୟୁନିଫର୍ମ ସେବା ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

‘ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ’ ଜରିଆରେ ଗୃହ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ଥିବା ବିଭିନ୍ନ ୟୁନିଫର୍ମ୍‌ଡ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ।



Edited by k.s thakur...

Post a Comment

Previous Post Next Post