ସିରୁଲ ଗ୍ରାମପଞ୍ଚାୟତ ସ୍ତରୀୟ ୧୩୫ ତମ ବାବା ସାହେବ ଡଃ ବି. ଆର ଆମ୍ବେଦକର ଜୟନ୍ତୀ ପାଳନ...

ସିରୁଲ ଗ୍ରାମପଞ୍ଚାୟତ ସ୍ତରୀୟ ୧୩୫ ତମ ବାବା ସାହେବ ଡଃ ବି. ଆର ଆମ୍ବେଦକର ଜୟନ୍ତୀ ପାଳନ...


ମୁରିବାହାଲ,୧୬/୪(ଶଙ୍କର ମାଝୀ) : ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୁଲ ସଦର ମହକୁମା ଠାରେ ଆଜି ୧୩୫ ତମ ବାବା ସାହେବ ଡଃ. ବି. ଆର. ଆମ୍ବେଦକର ଜନ୍ମ ଜୟନ୍ତୀ ଅବସରରେ ସିରୁଲ ଗ୍ରାମପଞ୍ଚାୟତ ରେ ପାଳିତ ହୋଇଯାଇଛି।

Ad..



ସିରୁଲ ଆମ୍ବେଦକର ଛକ ନିକଟରେ ବାବା ସାହେବ ଡାଃ. ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପିତ କରି, ଅଗରବତୀ ଓ ମହମବତୀ ଲଗାଇ, ପୁଷ୍ପ ମାଳା ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ମୁରିବାହାଲ ବ୍ଲକ ଶ୍ରୀଯୁକ୍ତ ହଂସରାଜ ଜୈନ ଯୋଗଦେଇ ଥିଲେ...

    Ad..


ବିଷିଷ୍ଟ ଅତିଥି ଭାବରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଜେଡି ଯୁବନେତା ଶ୍ରୀ ଗିରିରାଜ ସିଂ ମାଝୀ, ଯୋଗଦେଇ ଥିଲେ, ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଲମ୍ବୋଦର ବଗର୍ତ୍ତି, ପୂର୍ବତନ ସରପଞ୍ଚ ବିଟାବନ୍ଦ ଗ୍ରା:ପ ଶ୍ରୀଯୁକ୍ତ ଅଗସ୍ତି ବାଗ...

ମୁରିବାହାଲ ବ୍ଲକ ପୂର୍ବତନ ୨୯ନମ୍ବର ଜୁନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଧନଞ୍ଜୟ ମହାନନ୍ଦ, ଗୋବର୍ଦ୍ଧନ ଭରାସାଗର, ହୁତାଶନ ବାଗ,ମିନିକେତନ ପ୍ରଧାନୀ,ଯୋଗ ଦେଇଥିଲେ।ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଉତ୍କଳ କୁମ୍ଭାର,ସିରୁଲ ଗ୍ରାମପଞ୍ଚାୟତ ର ଗ୍ରାମବାସୀ ଓ ଅନୁଷ୍ଠାନ ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ।



Report : shankar majhi

Edited by k.s thakur...

Post a Comment

Previous Post Next Post