ଲୋକାର୍ପିତ ହେଲା 'ଧଏନ୍ ମାଁ ମାଟି, ଧଏନ୍ ବରଗଡ଼' ଆଲବମ ଗୀତ...
ବରଗଡ଼,୨୦/୦୪(ବିଜୟ କୁମାର ସାହୁ) : କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ବରଗଡ଼ ଜିଲ୍ଲାକୁ ନେଇ ଗୀତିକାର ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ ସମଲପୁରୀ ଗୀତ ' ଧଏନ୍ ମାଁ ମାଟି ଧଏନ୍ ବରଗଡ଼, କେଡ଼େ ସୁନ୍ଦର ଆମର ଜିଲ୍ଲା' ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଲୋକାର୍ପିତ ହୋଇ ଯାଇଛି।
Ad..
ସ୍ଥାନୀୟ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଗୀତଟି ଲୋକାର୍ପିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ହୋତା, ସିନେ ଅଭିନେତା ପ୍ରଦୀପ ଦେବତା...
Ad..
ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ବିଶିଷ୍ଟ କବି ଦିବ୍ୟକିଶୋର ଦେବତା, ଚଳଚିତ୍ର ଅଭିନେତ୍ରୀ ଡକ୍ଟର ତପସ୍ୱିନୀ ଗୁରୁ, 'ଗଣ ଇସ୍ତାହାର'ର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର, ପଣ୍ଡିତ ଗୋପବନ୍ଧୁ ପୁରୋହିତ, ଏଡଭୋକେଟ ମାନଭଞ୍ଜନ ତ୍ରିପାଠୀ, ଏଡଭୋକେଟ ଜୟଶ୍ରୀ ମହାପାତ୍ର, ଗାୟକ ବୁଦ୍ଧଦେବ ବାରିକ ଓ ଗୀତିକାର ଡକ୍ଟର ରବିନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Ad..
ସମଗ୍ର ଦେଶକୁ ବରଗଡ଼ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀଙ୍କ ଅବଦାନ ସହିତ ଦେଶର କଳା, ସାହିତ୍ୟ, ସଂସ୍କୃତିକୁ ସମୃଦ୍ଧ କରିବାରେ ଜିଲ୍ଲାର ଭୂମିକା ଓ ଉନ୍ନତ କୃଷି ଉତ୍ପାଦନ ର ଗୁରୁତ୍ବ ସବୁକୁ ସଂଗୀତ ମାଧ୍ୟମରେ ବର୍ଣ୍ଣନା କରାଯାଇଛି।
ବିଶିଷ୍ଟ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ନବ ମହତ୍ତମଙ୍କ ସଂଗୀତ ନିର୍ଦ୍ଦେଶନାରେ ବରଗଡ଼ଜିଲ୍ଲାର ସୁପରିଚିତ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ରୀନା ଦାଶ, ସନ୍ଦୀପ ମହାପାତ୍ର, ନବ ମହତ୍ତମ, ବୁଦ୍ଧଦେବ ବାରିକ, କମଲେଶ ଚକ୍ରବର୍ତ୍ତୀ, ଅନାମିକା ଆଚାର୍ଯ୍ୟ, ଆଶିଷ କୁମ୍ଭାର...
କାଳୀଚରଣ ବାଗ, ବିକାଶ ସେନ୍, ତୈ।ଫିକ ଖାନ୍, ଅଙ୍କିତ ରାଜ, ଦୁଷ୍ମନ୍ତ ସୁନା, ସୌଭାଗ୍ୟଲକ୍ଷ୍ମୀ ଦାଶ, ମିଲିମା ନାଗ, ଅଂଶିକା ସିକନ୍ଦର, ନତାଶା ସିକନ୍ଦର, ତପସ୍ଵିନୀ ଦାଶ, ମାନୀ ଚକ୍ରବର୍ତ୍ତୀ, ସ୍ୱାଗତିକା ତ୍ରିପାଠୀ, ଅଲିଶା ମିଶ୍ର, ସଂଗୀତା ମହତ୍ତମ, ରଶ୍ମିରେଖା ଦାଶ ପ୍ରମୁଖ ୨୨ଜଣ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି।
ଓମ୍ ପ୍ରଡକ୍ସନ, ବରଗଡ଼ ଦ୍ବାରା ନିବେଦିତ, ଆର୍ୟନ ସିକନ୍ଦର ପ୍ରଯୋଜିତ ଉକ୍ତ ସଂଗୀତଟି 'ସପ୍ତକ ଝଙ୍କାର' ଷ୍ଟୁଡ଼ିଓରେ ରେକର୍ଡିଂ ଓ ସମଲେଶ୍ଵରୀ ଫିଲ୍ମ, ବରଗଡ଼ ଦ୍ବାରା ସମ୍ପାଦିତ ହୋଇଛି।
Edited by k.s thakur...




