ଗୋଇମୁଣ୍ଡ ଗ୍ରାମ ଠାରେ ଧରଣୀ ଖୁଣ୍ଟ ସ୍ଥାପନ...

ଗୋଇମୁଣ୍ଡ  ଗ୍ରାମ ଠାରେ ଧରଣୀ ଖୁଣ୍ଟ ସ୍ଥାପନ...


ମୁରିବାହାଲ,୨୦/୪(ଶଙ୍କର ମାଝୀ) : ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଜାଡେନ ପୀଠରେ ରବିବାର ଦିନ ଧରନୀ ଖୁଟା ସ୍ଥାପିତ କରାଯାଇଛି ।ଗ୍ରାମର ଆରାଧ୍ୟ ଦେବୀ ମାଁ ଜାଡେନ ଶହ ଶଢହ ବର୍ଷରୁ ପୂଜା ପାଇଆସୁଛନ୍ତି।

Ad..


ମାଁ ଜାଡେନ ପୀଠରେ ପୂଜିତ ହୋଇଆସୁଥିବା ଧରନୀ ଖୁଟା ମାଟିରେ ମିଶିଯାଇଥିବା ବେଳେ  ଧରନୀ ଖୁଟା ସ୍ଥାପନ ପାଇଁ ଦେବୀଙ୍କ ଆଦେଶ ପରେ ଧରନୀ ଖୁଟା ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଦେବୀଙ୍କ ଆଦେଶ ପରେ ଛତରଦାଣ୍ଡି ଜଙ୍ଗଲରୁ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ରେଙ୍ଗାଲ ଗଣ୍ଡି ସଂଗ୍ରହ କରାଯାଇଥିଲା।

    Ad..


ଗାଁକୁ ଆସିବା ପରେ ଵନ୍ଦାପଣା  କରି ଏକ ଶୋଭାଯାତ୍ରାରେ  ନିଆଯାଇଥିଲା । ଆଦି ସଂସ୍କୃତି,ଆଦି ପରମ୍ପରା,କନ୍ଧାନ ରୀତିନୀତିରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ଗାତ ଖୋଲାଯାଇଥିଲା । ଧରନୀ ଖୁଟାରେ ତେଲ ହଳଦୀ,ସିନ୍ଦୁର ଲେପନ କରାଯାଇ ପାରମ୍ପରିକ ପୂଜାର୍ଚ୍ଚନା ପରେ ସ୍ଥାପନ କରାଯାଇଥିଲା।

       Ad..


ପରେ ରାକାମ ବୁଢା, ଖମ୍ବେଶ୍ୱରୀ,ଛୁଟିମାଉଲି, ନିଆଳିମଳି ଦେବୀ ଙ୍କ ଖୁମ୍ବ ସ୍ଥାପନ କରାଯାଇଥିଲା ।ଡାକା ନୃତ୍ୟ ଦଳ ଧରନୀ ପୀଠ ସ୍ଥଳ ଓ ଗ୍ରାମ୍ୟ ପରିକ୍ରମା କରିଥିଲେ ।ବହୁ ବର୍ଷ ପରେ ଦେବା ଦେବୀଙ୍କ ପୀଠରେ ଖମ୍ବ ସ୍ଥାପନ  ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଆଖପାଖ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ।

ପୂଝାରୀ ବିପିନ ଭୋଇ,ଦେହୁରୀ ଅଭିରାମ ଭୋଇ,ଗୋରେଖ ଭୋଇ,ଭଜନ ଭୋଇ,ମିନିକେତନ ସାହୁ,କମ୍ବୁ ସାହୁ,ଯିଶୁରାମ ସାହୁ,ଶ୍ରୀମୁଖ ଭୋଇ,ଘାଟୁ ଭୋଇ,ଗଙ୍ଗା ଭୋଇ,ରଘୁ ଭୋଇ,ଛିନୁ ଭୋଇ,ରୋହିତ ଭୋଇ,ଜଗବନ୍ଧୁ ଭୋଇ,ଯୁଗେଶ୍ୱର ଭୋଇ,ଗଣପତି ଭୋଇ,ଅଶୋକ ନାରାୟଣ ଭୋଇ,ଭକ୍ତବନ୍ଧୁ ସାହୁ,ଧନସିଂ ବାଗ,ବିଧୁ ବାଗ ଙ୍କ ସହ ପ୍ରମୁଖ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post