କଟକ ରେଳ ଷ୍ଟେସନ୍ରୁ ୧୨ ଜଣ ନାବାଳକ ଉଦ୍ଧାର କଲା ଆରପିଏଫ୍...
କଟକ,୧୨/୦୪(ନି.ପ୍ର): ‘ଅପରେସନ ନହ୍ନେ ଫରିସ୍ତେ’ରେ କଟକ ଆରପିଏଫକୁ ବଡ଼ ସଫଳତା ମିଳିଛି। ଗରିବ ଅସହାୟତାର ଫାଇଦା ନେଇ ମାଗଣାରେ ମାଦ୍ରାସାରେ ପଢ଼ାଇବା ନାଁରେ ବିହାର ଆରାରିଆ ଜିଲ୍ଲାରୁ ଓଡ଼ିଶା ଆସିଥିବା ୧୨ ଜଣ ନାବାଳକ କଟକ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୪ରୁ ଉଦ୍ଧାର କଲା ଆରପିଏଫ୍।
Ad..
ପିଲାମାନକୁ ପଚରାଉଚରା ପରେ ଏକ ଅଜଣା ବ୍ୟକ୍ତି କଟକରେ ଓହ୍ଲାଇବାକୁ କହିଥିଲା। ସେହି ଅନୁଯାୟୀ ସେମାନେ ଓହ୍ଲାଇ ଥିଲେ। ସଂପୃକ୍ତ ଅଜଣା ବ୍ୟକ୍ତିର ଠିକଣା ନମିଳିବାରୁ କଟକ ଆରପିଏଫ୍ ଉଦ୍ଧାର କରିବା ପରେ ସେମାନଙ୍କୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରାଯାଇଛି।
Ad..
ସୂଚନାଯୋଗ୍ୟ, କିଛି ଦିନ ତଳେ ସମାନ ଢଙ୍ଗରେ ଜଣେ ମୌଲବୀ ଆରାରିଆ ଜିଲ୍ଲାରୁ ଏକାଧିକ ପିଲାଙ୍କୁ ନେଇ ଆସୁଥିବା ବେଳେ କଟକ ରେଳ ଷ୍ଟେସନରେ ଆରପିଏଫ୍ ଦ୍ଵାରା ଧରାପଡ଼ିଥିଲା।
କେନ୍ଦ୍ରୀୟ ଗୁଇନ୍ଦାକୁ ଏନେଇ ସୂଚନା ଦିଆଯାଇଥିଲା। ଯାଞ୍ଚ ପରେ ସେମାନଙ୍କୁ ଛଡ଼ା ଯାଇଥିଲା। ଏବେ ପିଲାମାନଙ୍କୁ ମଦ୍ରାସାରେ ପାଠ ପଢିବାକୁ କହି ଅଜଣା ବ୍ୟକ୍ତି ଆଣିଥିବାରୁ ସନ୍ଦେହ ସୃଷ୍ଟି ହେଇଛି।
ପୂର୍ବରୁ ଯେଉଁମାନେ ଆଣିଥିଲେ ସମାନ ସଂସ୍ଥା ଏମାନଙ୍କୁ ଆଣିଛି ନ ଏହାପଛରେ ଆଉ କେଉଁମାନେ ସାମିଲ ଅଛନ୍ତି। ସେନେଇ ଖୋଳତାଡ ଜାରି ରହିଛି।
Edited by k.s thakur...



