ବେଲପଡା କଲେଜରେ ରକ୍ତଦାନ ଶିବିର ଓ ଇନୋଭେସନ ଷ୍ଟାର୍ଟ ଅପ ପାଇଁ ପ୍ରାକ - ପ୍ରସ୍ତୁତି...
ବେଲପଡ଼ା,୦୫/୦୪(ନି.ପ୍ର): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଂଚାୟତ ସମିତି ମହାବିଦ୍ୟାଳୟ ବେଲପଡା ଠାରେ କଲେଜର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ଙ୍କ ସଭାପତିତ୍ୱରେ ରାଜ୍ୟ ସରକାର ଙ୍କ ପ୍ରାୟୋଜିତ ଓଡ଼ିଆ ପକ୍ଷ ପାଳନ ଅବକାଶ ରେ ଆସନ୍ତା ଏପ୍ରିଲ ୦୯ ତାରିଖ ରେ ଏକ ବ୍ୟାପକ ରକ୍ତଦାନ ଶିବିର ଆୟୋଜିତ ହେବା ପାଇଁ ପ୍ରାକ- ପ୍ରସ୍ତୁତି ବୈଠକ ଆହ୍ୱାନ କରାଯାଇଛି।
Ad..
ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ତନ୍ମୟ କୁମାର ପାଣିଗ୍ରାହୀ, ଦୁର୍ବାଦଳ ଘିଭେଲା, ଅମିୟ କୁମାର ବାବୁ,ରମାକାନ୍ତ ପୁଟେଲ, ପ୍ରମୋଦ ବରିହା, ଲୋକେଶ ବାଗ, ସରିତା ବାରିକ, ନିତୁ ପାତ୍ର,ରାଧେଶ୍ୟାମ ମେହେର ପ୍ରମୁଖ ଯୋଗଦାନ କରି ଉଭୟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରୂପରେଖା ପ୍ରସ୍ତୁତ କରିଥିଲେ।
Ad..
ଅଧ୍ୟକ୍ଷ ଶ୍ରୀ ମେହେର ଏହି ଅଂଚଳ ର ସମସ୍ତ ଯୁବ ଗୋଷ୍ଠୀ ତଥା ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ପାଇଁ ଆମନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ୦୯-୦୪-୨୦୨୬ ସକାଳ ୯.୩୦ ରୁ ଅଂଚଳ ର ସ୍ୱାଭିମାନ ପାଇଁ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିବାକୁ ଅଧ୍ୟକ୍ଷ ପ୍ରସ୍ତୁତି କରିଛନ୍ତି।
Edited by k.s thakur...



