ସମ୍ପାଦକ ସମ୍ମିଳନୀରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ...

ସମ୍ପାଦକ ସମ୍ମିଳନୀରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ...


କଣ୍ଟାବାଞ୍ଜି,୦୫/୦୪ :  ନିଖିଳ ଉତ୍କଳ ପରଶମଣି ଶିଶୁ ସାହିତ୍ୟ ସଂଗଠଡ ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ର ଠାରେ ରାଜ୍ୟ ସ୍ତରୀୟ ପ୍ରଥମ ଶିଶୁ ସାହିତ୍ୟ ସମ୍ପାଦକ ସମ୍ମେଳନ ଅନୁଷ୍ଠିତ ହୋଇଥିଲା।

Ad..


ବରିଷ୍ଠ ଶିଶୁ ସାହିତ୍ୟିକ ତଥା ବାଲସାହିତ୍ୟ ପୁରସ୍କାର ପ୍ରାପ୍ତ  ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡକ୍ଟର ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି,ଡକ୍ଟର ମନୀନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ବୀରେନ୍ଦ୍ର କୁମାର ସାମନ୍ତରାୟ, ସରଳା ପତ୍ରୀ,ଅନସୂୟା ନନ୍ଦ ଯୋଗ ଦେଇଥିଲେ।

    Ad..


ଡକ୍ଟର ରାମଚନ୍ଦ୍ର ଦେଓ ସ୍ୱାଗତ ଭାଷଣ ଓ ସୁଶାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।ସାରା ରାଜ୍ୟରୁ ସତୁରୀ ଜଣ ଶିଶୁ ପତ୍ରିକା ସମ୍ପାଦକ ଯୋଗ ଦେଇଥିଲେ।ଏହି ଅବସରରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ପ୍ରକାଶିତ ମମତାର ଡୋରି ତ୍ରୈମାସିକ ଶିଶୁ କିଶୋର ପତ୍ରିକାର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ...

ଇନ୍ଦ୍ରଧନୁର ସମ୍ପାଦିକା ସବିତା ଭୋଇ, ଟିକି କାଇଁଚର ସମ୍ପାଦକ ଗୋପୀନାଥ ଦଣ୍ଡସେନାଙ୍କୁ ପଦକ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବର୍ତ୍ତମାନ ଡିଜିଟାଲ ଯୁଗରେ ପୁସ୍ତକ ପଠନଠାରୁ ସମସ୍ତେ ଦୂରେଇ ଗଲାବେଳେ ଶିଶୁ ପତ୍ରିକା ପ୍ରକାଶନ କରିବା କଷ୍ଟକର ବ୍ୟାପାର ତେଣୁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିବା ଜରୁରୀ ବୋଲି ଅତିଥି ମାନେ ମତ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post