Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

କ୍ୟାପିଟାଲ ହସ୍ପିଟାଲରେ ଏନଆଇଏ ଟିମ୍, ସାକ୍ଷୀଙ୍କ ବୟାନ ରେକର୍ଡ...

କ୍ୟାପିଟାଲ ହସ୍ପିଟାଲରେ ଏନଆଇଏ ଟିମ୍, ସାକ୍ଷୀଙ୍କ ବୟାନ ରେକର୍ଡ... ଭୁବନେଶ୍ବର,୨୯/୦୪(ନି.ପ୍ର) : କ୍ୟାପିଟାଲ ହସ୍ପିଟାଲରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଭୁବନ...

କ୍ୟାପିଟାଲ ହସ୍ପିଟାଲରେ ଏନଆଇଏ ଟିମ୍, ସାକ୍ଷୀଙ୍କ ବୟାନ ରେକର୍ଡ...


ଭୁବନେଶ୍ବର,୨୯/୦୪(ନି.ପ୍ର) : କ୍ୟାପିଟାଲ ହସ୍ପିଟାଲରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଭୁବନେଶ୍ୱର ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ NIA ଟିମ୍ ଛାନ୍ଭିନ୍ ଜାରି ରଖିଛି । ବିସ୍ଫୋରଣ ଘଟଣାରେ ସାକ୍ଷୀଙ୍କ ବୟାନ ରେକର୍ଡ କରୁଛି ସ୍ୱତନ୍ତ୍ର ଟିମ୍ ।

Ad..


ଭୁବନେଶ୍ୱର ଆଜାଦଗନର ବିସ୍ଫୋରଣ ଘଟଣାର NIA ଟିମ୍ ଛାନ୍ଭିନ୍ କରୁଛି । ଏହି ଅନୁଯାୟୀ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି NIA ଟିମ୍ । ମଙ୍ଗଳବାର NIA ଟିମ୍ କ୍ୟାପିଟାଲ ହସ୍ପିଟାଲକୁ ଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରିଛି । 

    Ad..


ଏହାପରେ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ସେହିପରି ପୂର୍ବରୁ ମଧ୍ୟ ଏହି ଘଟଣାରେ ୫ ଜଣ ଯୁବକଙ୍କୁ NIA ଅଫିସକୁ ଡାକି ପଚରାଉଚରା କରିଛି । ସାକ୍ଷୀଙ୍କୁ ପଚରାଉଚରା ପରେ ପ୍ରମାଣ ଏକାଠି ପାଇଁ NIA ଆରମ୍ଭ କରିଛି ପ୍ରକ୍ରିୟା ।

Ad..


କିନ୍ତୁ RDX ଲିଙ୍କର ଏକ ବଡ଼ ପ୍ରମାଣ ସହ ଓଡ଼ିଶା ଲିଙ୍କ ନେଇ ତନାଘନା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।ସୂଚନାଯୋଗ୍ୟ ଯେ , ସୂଚନାଯୋଗ୍ୟ ଯେ, ୨୦୨୬ ଜାନୁୟାରୀ ୨୭ ତାରିଖରେ ଆଜାଦନଗରରେ ଘଟିଥିଲା ଭୟଙ୍କର ବିସ୍ପୋରଣ।

Ad..


ଅଭିଯୁକ୍ତ ସେହନୱାଜ ମଲ୍ଲିକ, ତାଙ୍କ ମାଆ ଲିଜାତୁନ ବିବି , ସେହେନାଜର ପ୍ରେମିକା ତୃପ୍ତିମୟୀ ଓ ସହଯୋଗି ଅମୀୟ ମଲ୍ଲିକ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ।

ଅଭିଯୁକ୍ତ ସେହେନୱାଜ ଓ ତାଙ୍କ ମା’ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ବୋମା ବିସ୍ଫୋରଣ ଘଟଣାର  ଏନଆଇଏ ଟିମ ତଦନ୍ତ ଆରମ୍ଭ କରିଥିଲା। ଏନଆଇଏର ତିନିଜଣିଆ ଟିମ ଏୟାରରଫିଲ୍ଡ ଥାନାରେ ପହଞ୍ଚି ବୋମା ବିସ୍ପୋରଣ ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ନିକଟରୁ ସମସ୍ତ ତଥ୍ୟ ହାସଲ କରିଛି। 

ଆଜି ପର୍ଯ୍ୟନ୍ତ ବୋମା ବିସ୍ପୋରଣ ଘଟଣାରେ ମିଳିଥିବା ସୁରାକ, ଫୋରେନସିକ ରିପୋର୍ଟ , ଘଟଣା ସ୍ଥଳରୁ ମିଳିଥିବା ବିସ୍ଫୋରଣ ସମୟର ସିସିଟିଭିର ହାର୍ଡଡିସ୍କ କୁ ନିଜ ହେପାଜତକୁ ନେଇଥିଲା। 

ଏହା ସହିତ ତଦନ୍ତକାରୀ ଅଧିକାରୀ ରେକର୍ଡ କରିଥିବା ଦୁଇ ଭିଯୁକ୍ତଙ୍କ ମ଼ତ୍ୟୁକାଳିନ ଜମାନବନ୍ଦୀ, ଅଭିଯୁକ୍ତ ମାନଙ୍କ ବଯାନକୁ ମଧ୍ୟ ନିଜ ହେପାଜତକୁ ନେଇଛି। ଏହା ପୁର୍ବରୁ ଏନ ଆଇ ଏ ଟିମ ବୋମା ବିସ୍ପୋରଣ ସ୍ଥଳକୁ ଦୁଇ ଦୁଇଥର ଯାଇ ତଦନ୍ତ କରି ଫେରିଛନ୍ତି।



Edited by k.s thakur...

No comments