କଣ୍ଟାବାଞ୍ଜି କୁ ଗୌରବାନ୍ୱିତ କଲେ କଣ୍ଟାବାଞ୍ଜି ର ଝିଅ ଏନ ଜାହ୍ନବୀ ଦୋରା...

କଣ୍ଟାବାଞ୍ଜି କୁ ଗୌରବାନ୍ୱିତ କଲେ କଣ୍ଟାବାଞ୍ଜି ର ଝିଅ ଏନ ଜାହ୍ନବୀ ଦୋରା...


କଣ୍ଟାବାଞ୍ଜି,୧୭/୦୪(ଆଶିଷ ଅଗ୍ରୱାଲ) : କଣ୍ଟାବାଞ୍ଜି ର ଝିଅ ଏନ ଜାହ୍ନବୀ ଦୋରା ପୁଣି କଣ୍ଟାବାଞ୍ଜି କୁ ଗୌରବାନ୍ୱିତ କରିଛନ୍ତି - ଶିକ୍ଷ୍ୟା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ର ଅଡିଟୋରିଅମ ଠାରେ ଗତ ୧୨ ଓ ୧୩ ତାରିଖରେ " ମୋର ଭାରତ ବଜେଟ କ୍ୱେଷ୍ଟ  " ଅନୁଷ୍ଠିତ ହୋଇଥିଲା। 

Ad..


ଏହି ଅବସରରେ କଣ୍ଟାବାଞ୍ଜି ବାସିନ୍ଦା ଶ୍ରୀମତୀ ଏନ୍ ରାଜେଶ୍ୱରୀ ଦୋରା ଓ ଏନ୍ ହରିଶଙ୍କର ଦୋରା ତଥା ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଅର୍ଥନୀତି ବିଭାଗ ର ପୂର୍ବତନ ଛାତ୍ରୀ ଏନ୍ ଜାହ୍ନବୀ ଦୋରା ଙ୍କୁ ଏହି ଅବସରରେ ଭାରତ ସରକାରଙ୍କ ଯୁବବ୍ୟାପାର ଓ ଖେଳ କୁଦ ମନ୍ତ୍ରାଳୟ ଦ୍ୱାରା ,ସୁଶ୍ରୀ ଦୋରା ଙ୍କ ନାମକୁ ଓଡ଼ିଶା ସରକାର ଙ୍କୁ ,ଏହି କାର୍ଯକ୍ରମ କୁ ପରିଚାଳନା କରିବା ପାଇଁ ସ୍ଵ ସୁପାରିଶ   କରିଥିଲା।

     Ad..


ଏହି କାର୍ଯକ୍ରମରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ ଓ ବହୁ ଯୁବକ ଯୁବତୀ ଭାଗନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଯୋଗଦେଇ ଯୁବଶକ୍ତି ମାନେ ଏକତ୍ରିତ ହେଲେ ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହୋଇପାରିବ ବୋଲି ଉଦବୋଧନ ଦେଇଥିଲେ। 

ତାଙ୍କର ମଞ୍ଚ ସୁପରିଚାଳନାରେ ଖୁସି ହୋଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ଭୂୟସୀ ପ୍ରଶଂସା କରିଥିଲେ।ସୂଚନା ଥାଉକି ଗତ ବର୍ଷ ଏପ୍ରିଲ ରେ ମଧ୍ୟ ସୁଶ୍ରୀ ଦୋରା ସଂସଦ ରେ ଯୁବ ସମ୍ମିଳନୀ ରେ ଏକ ଦେଶ ଏକ ନିର୍ବାଚନ ତର୍କରେ , ଓଡ଼ିଶା କୁ ପ୍ରତିନିଧିତ୍ୱ କରି କଣ୍ଟାବାଞ୍ଜି ସହର କୁ ଗୌରବାନ୍ୱିତ କରିଥିଲେ।

ଏହି କୃତିତ୍ୱ ପାଇଁ ମହିଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ସୁଶ୍ରୀ ଦୋରା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି



Edited by k.s thakur...

Post a Comment

Previous Post Next Post