ଝୋଟି ଚିତା ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୧/୦୪(ନି.ପ୍ର): ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜି ରେ ଛାତ୍ରୀ ମାନଙ୍କ ମଧ୍ୟରେ ଝୋଟି ଚିତା ଓ ମୁରୁଜ ପ୍ରତିଯୋଗିତା,ଓଡ଼ିଆ ପକ୍ଷ ସଂଯୋଜିକା ଅଧ୍ୟାପିକା ଧରାଶ୍ରି ମହାନ୍ତି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି।
Ad..
ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ବିଜୟ ଲକ୍ଷ୍ମୀ ପୁଟେଲ୍ ପ୍ରଥମ, ପ୍ରାଚୀ ସେଲମା ଦ୍ୱିତୀୟ, ଜୁଲି ଖର୍ସେଲ ଓ ନୈନା ହାତୀ ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଛନ୍ତି।ଏହି ପ୍ରତିଯୋଗିତା ରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁନନ୍ଦା ରଥ, ସୁନେନା ବେହେରା, ଲିପାନୀତା ପଧାନ , ନୀରବତୀ ପଧାନ ,ଅଧ୍ୟାପକ ସୋମନାଥ ମେହେର ପ୍ରମୁଖ ସହଯୋଗ କରିଥିଲେ।
Ad..
କୃତି ପ୍ରତିଯୋଗୀଙ୍କୁ ଓ ଅନ୍ୟ ପ୍ରତିଯୋଗୀଙ୍କୁ ,ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ , ଓଡ଼ିଆ କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିଥିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନା ଥାଉକି ଗତ ୧ ତାରିଖ ଠାରୁ ବିଭିନ୍ନ ପ୍ରତିଯୋଗିତା ଏବଂ ଅଭିଯାନ ,ଓଡ଼ିଆ ପକ୍ଷ ପାଳନ ଅବସରରେ ମହାବିଦ୍ୟାଳୟ ରେ କାର୍ଯକାରୀ କରାଯାଉଅଛି।ଅଧ୍ୟକ୍ଷ ପୁରୋହିତ ସୂଚନା ଦେଇଛନ୍ତି କୃତି ପ୍ରତିଯୋଗୀ ମାନଙ୍କୁ ଉଦ୍ ଜାପନି ଉତ୍ସବରେ ପୁରସ୍କୃତ କରାଯିବ।
Edited by k.s thakur...



