ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳିତ...

ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳିତ...


ସମ୍ବଲପୁର,୧୫/୦୪(ନି.ପ୍ର): ଜୟ ଶ୍ରୀରାମ ସ୍ୱରରେ ପ୍ରକମ୍ପିତ ହେଲା ସମ୍ବଲପୁର ସହର। ଛୋଟରୁ ବଡ଼ ସମସ୍ତେ ହାତରେ ଝଣ୍ଡା ଧରି ଜୟ ହନୁମାନ ନାରା ଦେଲେ। ହନୁମାନ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। 

Ad..


ବୃକ୍ସହିଲ ସ୍ଥିତ ହନୁମାନ ମନ୍ଦିରରେ ମହାଆଳତୀ ହୋଇଥିଲା। ଏହା ପରେ ଜିଲା ସ୍କୁଲରୁ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ପଡ଼ାରୁ ଶ୍ରଦ୍ଧାଳୁ ମାନେ ଶୋଭ।ଯାତ୍ରା ଧରି ମୁଖ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେଠାରୁ ବାହାରିଥିଲା ଶୋଭାଯାତ୍ରା। 

     Ad..


ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଡ୍ରୋନ, ସିସିଟିଭିରେ ତୀକ୍ଷ୍ଣ ଭାବେ ନଜର ରଖାଯାଇଥିଲା। ୨୦୨୩ ମସିହାର ପୁନରାବୃତ୍ତି ଯେପରି ନ ହୁଏ ସେଥି ପ୍ରତି ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରା ସମ୍ପନ୍ନ ହୋଇଥିଲା।

ସମ୍ବଲପୁର ବିଧାୟକ ତଥା ହନୁମାନ ସମନ୍ୱୟ ସମିତି ର ସଭାପତି ଜୟ ନାରାୟଣ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ପୂର୍ବତନ ବିଧାୟକ ନାଉରୀ ନାୟକ, ବିଜେପି ଜିଲା ସଭାପତି ରାମ ଚନ୍ଦ୍ର ମେହେର। ରାଜୀବ ଶତପଥୀ ଓ ଅନ୍ୟ ମାନେ ମହା ଆଳତି କରିଥିଲେ। 

୧୦ରୁ ଊର୍ଦ୍ଧ୍ବ ପଣ୍ଡିତ ଆଳତୀର ସଂଯୋଜନା କରିଥିଲେ। ଆଳତୀ ପରେ ପରେ ଡିଜିଟାଲ ଆତଶବାଜି ହୋଇଥିଲା, ଯାହା ସମସ୍ତଙ୍କୁ ଆକର୍ଷିତ କରିଥିଲା। ଭବ୍ୟ ଆତଶବାଜି ପରେ ପରେ ବିଭିନ୍ନ ରଙ୍ଗର ହୋଲି ଆକାଶ ମାର୍ଗରୁ ବର୍ଷିଥିଲା। ସବୁ ଆଡେ କେବଳ ରଙ୍ଗମୟ ଧୁଆଁ ଦେଖିବାକୁ ମିଳିଥିଲା।



Edited by k.s thakur...

Post a Comment

Previous Post Next Post