ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬...

ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬...


ଭୁବନେଶ୍ଵର,୨୦/୦୪(ନି.ପ୍ର): ଭୁବନେଶ୍ଵରର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ୬୧ତମ ଫେମିନା ମିସ୍ ଇଣ୍ଡିଆ ୨୦୨୬ର ଗ୍ରାଣ୍ଡ ଫିନାଲେ । ଭାରତର ଇତିହାସରେ ପ୍ରଥମ କରି ଏକ ବିଶ୍ୱବିଦ୍ୟାଳୟ ପରିସରରେ ମିସ୍ ଇଣ୍ଡିଆ ଭଳି ଏକ ବଡ଼ ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। 

Ad..


ଏହି ପ୍ରତିଯୋଗିତାରେ ବିଜୟିନୀ ହୋଇ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ଵୀ ସତିଶ ସାଇଲ।ଚଳିତ ବର୍ଷର ଏହି ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଗୋଆର ସାଧ୍ବୀ ସତୀଶ ସୈଲ ସର୍ବଶ୍ରେଷ୍ଠ ବିବେଚିତ ହୋଇ ମିସ୍ ଇଣ୍ଡିଆ ମୁକୁଟ ହାସଲ କରିଛନ୍ତି।

      Ad..


ଶନିବାର ଅନୁଷ୍ଠିତ ଏହି ଚିତ୍ତାକର୍ଷକ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଫେବୃଆରୀରେ ୭୦୦ ରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରୁ କଠିନ ଚୟନ ପରେ ରାଜ୍ୟ ଟାଇଟଲ ଜିତିଥିବା ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ପ୍ରଥମ ରନର୍ସ ଅପ୍ ହୋଇଥିଲେ। 

Ad..


ଏହା ସହ ୟୁନିଅନ୍ ଟେରିଟୋରୀର ଅଦ୍ୱୈତା ଦ୍ୱିତୀୟ ରନର୍-ଅପ୍ ହୋଇଛନ୍ତି।ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ବଡ଼ ସୁଯୋଗ ମିଳିଛି । 

ପ୍ରତିଯୋଗୀମାନେ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମି ପରିଦର୍ଶନ କରିଥିଲେ।ଗ୍ରାଣ୍ଡ ଫିନାଲେରେ ବଲିଉଡର ଅନେକ ନାମୀଦାମୀ କଳାକାର ଜିନତ ଅମାନ, ନେହା ଧୁପିଆ, ମଧୁର ଭଣ୍ଡାରକର ଏବଂ କ୍ରୀଡ଼ାବିତ ଦୁତି ଚାନ୍ଦଙ୍କ ପରି ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । 

ଏହା ସହ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଭୁବନେଶ୍ଵର ମେୟର ସୁଲୋଚନା ଦାସଙ୍କ ସମେତ ସମେତ କି କିଟ୍ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post