ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ...
କଟକ,୨୦/୦୪(ନି.ପ୍ର) : ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ...
Ad..
ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଦ୍ୟାଳୟର ୭୫ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରି କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ବର୍ଷର ସଫଳ ଯାତ୍ରା କୌଣସି ସଂସ୍ଥା ପାଇଁ ଅପୂର୍ବ ସଫଳତା ଅଟେ ଏବଂ ଏହା ପଛରେ ଅନେକ ଶିକ୍ଷାନୁରାଗୀ ଓ ତ୍ୟାଗୀ ବ୍ୟକ୍ତିଙ୍କ ଅବଦାନ ରହିଛି।
Ad..
ସେ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଉନ୍ନତିରେ ଅବଦାନ ରଖିଥିବା ସମସ୍ତଙ୍କୁ ସମ୍ମାନ ଜଣାଇଥିଲେ। ସେ କହିଥିଲେ ଯେ, ସାଢେ ସାତ ଦଶନ୍ଧି ପୂର୍ବେ ସ୍ଥାପନ ହୋଇଥିବା ଏହି ଶିକ୍ଷାର ଚାରା ଆଜି ଏକ ବିଶାଳ ବୃକ୍ଷରେ ପରିଣତ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଆଲୋକ ଦେଉଛି ।
Ad..
ବିଦ୍ୟାଳୟ ପକ୍ଷରୁ ଏହାର ଆବଶ୍ୟକତା ସମ୍ପର୍କରେ ଯେଉଁ ସବୁ ଦାବି ରହିଛି, ସରକାର ଏହାର ବିଚାର କରି ତୁରନ୍ତ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ଅବସରରେ ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହ ପ୍ଲାଟିନମ୍ ଜୁବିଲି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ।
ପ୍ରାଚୀ ନଦୀର ପୁନରୁଦ୍ଧାର ନିମିତ୍ତ ୪୫୦ କୋଟି ଟଙ୍କା ଘୋଷଣା କରିଥିବାରୁ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଜଗତସିଂହପୁରର ସାଂସଦ ଡ ବିଭୁପ୍ରସାଦ ତରାଇ, ନିଆଳିର ବିଧାୟକ ଛବି ମଲ୍ଲିକ, ବିଶିଷ୍ଟ ସାହିତ୍ୟିକ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ...
ପୁରାତନ ଛାତ୍ର ଡ ସୁନୀଲ କୁମାର ଷଡଙ୍ଗୀ, ପ୍ଲାଟିନମ ଜୁବୁଲି କମିଟିର ସଭାପତି ସୁଶାନ୍ତ କୁମାର ଦାଶ, ସମ୍ପାଦକ ଫଣିଭୂଷଣ ମହାନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇତିଶ୍ରୀ ରାଉତ ସମେତ ବହୁ ସଂଖ୍ୟକ ଶିକ୍ଷକ, ପୁରାତନ ଛାତ୍ର ଓ ଅଭିଭାବକମାନେ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ସୁନ୍ଦର ଗ୍ରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଇତିଶ୍ରୀ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।
Edited by k.s thakur...




