ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା...

ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା...


କଣ୍ଟାବାଞ୍ଜି,୨୨/୦୪(ଆଶିଷ ଅଗ୍ରୱାଲ):  ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ସ୍ଥାନୀୟ ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ, କଣ୍ଟାବାଞ୍ଜିର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Ad..


ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁଞ୍ଜନ କୁମାର ମହାନନ୍ଦ ୯୫.୪% ନମ୍ବର ରଖି ବିଦ୍ୟାଳୟରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ।ପ୍ରିତୀକା ଜୈନ ୯୦.୨% ,ରୋହିତଶ୍ୱର ମାଝୀ ୮୪.୪%,ପ୍ରିତୀକା ବିଶ୍ୱାଲ ୮୪.୪% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

    Ad..


୮୧% ଛାତ୍ରଛାତ୍ରୀ ୬୦% ରୁ ଊର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ  ଉତ୍ତୀର୍ଣ୍ଣ ହାର ଶତ ପ୍ରତିଶତ।ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସଭାପତି  ଡି . ନାଗେଶ୍ୱର ରାଓ,  ନିର୍ଦ୍ଦେଶକ  ଡି ଶ୍ୟାମ ଓ  ଡି. ରାମ କୁମାର, ଶିକ୍ଷା ପ୍ରଭାରୀ ଶ୍ରୀମତି ଡି . ବିଜୟା  ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Ad..


ଶିକ୍ଷା ଜଗତରେ “ବିକାଶ” ଏକ ବହୁ ପରିଚିତ ନାମ ଓ ଏହା ଛାତ୍ରଛାତ୍ରୀଙ୍କୁ ସର୍ବଦା ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ସହ ବିଦ୍ୟାର୍ଥୀଙ୍କ ସାମଗ୍ରିକ ଉନ୍ନତି ଦିଗରେ ତତ୍ପର । ତେଣୁ ଆଗାମୀ ଦିନରେ ବିଦ୍ୟାର୍ଥୀଙ୍କ ପାସ୍ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ଶ୍ୟାମ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 

ଅନ୍ୟ ପକ୍ଷରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମାତା ପିତା ଏହି କାର୍ଯ୍ୟକ୍ରମରେ ନିଜର ଛୁଆଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ କମିଟି ତଥା ଶିକ୍ଷକ ଶିକ୍ଷୟିତ୍ରୀକୁ  ଧନ୍ୟବାଦ ଯାଇଥିଲେ।



Edited by k.s thakur...

Post a Comment

Previous Post Next Post