ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ; ୩୯ ନବ ଦମ୍ପତ୍ତିଙ୍କ ସାମୁହିକ ବିବାହ ସମ୍ପନ୍ନ...
ମୁରିବାହାଲ/ବଳାଙ୍ଗିର,୨୨/୦୪ (ଶଙ୍କର ମାଝୀ): “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଅଧୀନରେ ଏକ ସାମୁହିକ ବିବାହ କାର୍ଯ୍ୟକ୍ରମ କୋଶଳ କଲା ମଣ୍ଡପ ପଡ଼ିଆ ରେ ଜିଲ୍ଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା।
Ad..
ଏହି ଅବସରରେ ଜିଲ୍ଲାର ୩୯ ଜଣ ଯୋଗ୍ୟ ଯୁଗଳଙ୍କ ବିବାହ ସମ୍ପନ୍ନ କରାଯାଇଥିଲା।ନବ ବିବାହିତ ଦମ୍ପତ୍ତି ମାନଙ୍କୁ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।
Ad..
ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ,ଜିଲ୍ଲାପାଳ ଗୈାରବ ଶିବାଜୀ ଇସଲ୍ୱାର, ଅତିରିକ୍ତ ଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ଉପ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଗୋପାଲଜୀ ପାଣିଗ୍ରାହୀ...
Ad..
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ପ୍ରତିନିଧି, ଲୋକସଭା ସାଂସଦ ଙ୍କ ପ୍ରତିନିଧି ଦିନେଶ ଶର୍ମା ଏବଂ ଜିଲ୍ଳାସ୍ତରୀୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ,୧୪ ଗୋଟି ବ୍ଳକ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ଓ ନବ ବିବାହିତ ଦମ୍ପତ୍ତିଙ୍କ ସମ୍ପର୍କୀୟ ମାନେ ଉପସ୍ଥିତ ରହି ୩୯ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
Edited by k.s thakur...




