୮୫୨୦ ବୋତଲ ବେଆଇନ କଫ୍‌ ସିରପ୍‌ ଜବତ...

୮୫୨୦ ବୋତଲ ବେଆଇନ କଫ୍‌ ସିରପ୍‌ ଜବତ...


ଭୁବନେଶ୍ବର,୧୭/୦୪(ନି.ପ୍ର): ରାଜଧାନୀ ଭୁବନେଶ୍ବରରେ ବଡ଼ ଧରଣର ଚଢ଼ାଉରେ ବିପୁଳ ବେଆଇନ କଫ ସିରପ୍‌ ଜବତ ହୋଇଛି। ସୂଚନାନୁସାରେ, ଡ୍ରଗ୍‌ସ କଣ୍ଟ୍ରୋଲ୍‌ ବିଭାଗ ଓ ଏସ୍‌ଟିଏଫ୍‌ର ମିଳିତ ଟିମ୍‌ ଡି-କ୍ୟାଥେଲନ ନିକଟରେ ଚଢ଼ାଉ କରିଛି।

Ad..


ଭିଆର୍‌ଏଲ୍‌ ଲଜିଷ୍ଟିକ୍‌ ନାମକ ଏକ ପରିବହନ ସଂସ୍ଥାର ଗାଡ଼ିରୁ ୭୧ ପେଟି ରେ  ୮୫୨୦ ବୋତଲ ରେସକ୍ରୋନ-ଟି  କଫ ସିରଫ ଜବତ ହୋଇଛି।ଏସବୁ କୋଡ଼ିନ କଫ ସିରପ୍‌ ଅହମଦାବାଦରୁ ଭୁବନେଶ୍ୱର ଆସୁଥିଲା। 

    Ad..


ଭୁବନେଶ୍ବରରୁ ରାଜ୍ୟରୀ ବିଭିନ୍ନସ୍ଥାନ ବିଶେଷତଃ ବାଲେଶ୍ଵରକୁ ଏହାର ବଡ଼ ଭାଗ ଯାଇଥାନ୍ତା।ଚଢ଼ାଉରେ ମାଜିଷ୍ଟ୍ରେଟ ଭାବେ କଟକର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସ, ଏଷ୍ଟିଫ୍ ଡିଏସପି ପ୍ରଦୀପ ରାଉତ... 

ଡିଏସପି ମାନସ ଦାସ, ଇନ୍ସପେକ୍ଟର ଜିତୁ ବେସ୍ରାଙ୍କ ସମେତ ଡ୍ରଗ ଇନ୍ସପେକ୍ଟର ଚନ୍ଦନ ଗିରି, ଚିନ୍ମୟ ଜେନା, ଅନନ୍ୟା ଆଇଚ, ରୋଜାଲିନ ସାମଲ, ସଙ୍ଗୀତା ପଟ୍ଟନାୟକ, ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର ପ୍ରବେଶ ଲେଙ୍କା ଉପସ୍ଥିତ ଅଛନ୍ତି।



Edited by k.s thakur...

Post a Comment

Previous Post Next Post