କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ୧୧ଟି ବିଦ୍ୟାଳୟରେ 'ଉଲ୍ଲାସ' ପରୀକ୍ଷା ଅନୁଷ୍ଠିତ...

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ୧୧ଟି ବିଦ୍ୟାଳୟରେ 'ଉଲ୍ଲାସ' ପରୀକ୍ଷା ଅନୁଷ୍ଠିତ...



କଣ୍ଟାବାଞ୍ଜି,୧୫/୦୩ : ସ୍ଥାନୀୟ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର (CRC) ଅଧୀନରେ ଥିବା ୧୧ ଗୋଟି ବିଦ୍ୟାଳୟରେ ଆଜି ସାକ୍ଷରତା ଅଭିଯାନର ଏକ ପ୍ରମୁଖ ଅଙ୍ଗ 'ଉଲ୍ଲାସ' (ULLAS) ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

Ad..


ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (CRCC) ଶ୍ରୀଯୁକ୍ତ ଦିନେଶ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନତମାମ ପରିଚାଳିତ ହୋଇଥିଲା।ଏହି ପରୀକ୍ଷା ପରିଚାଳନା ଏବଂ ସଫଳ କରିବାରେ ଅଞ୍ଚଳର ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

   Ad.. 


ସେମାନଙ୍କ ମଧ୍ୟରେ ଶିକ୍ଷକ ଜାନକୀ ରାମ ସାମବେଦମ୍, ସଚିଦାନନ୍ଦ ପାତ୍ର, ଲଲିତ ବିଶି ଏବଂ ଶିକ୍ଷୟିତ୍ରୀ ପୂଜା ଜାଲ, କାନ୍ତିଲତା ବର୍ଗେ, ଦୀପଞ୍ଜଳି ଭୋଇ, ଅଞ୍ଜଳୀ ମାଝୀ, ସବିତା ରଣା, ଯଶୋଦା ବିଡ଼ିକା, ନିବେଦିତା ଦାସ, ନିରୁପମା ମିଶ୍ର, ସବିତା ପାଣିଗ୍ରାହି...

ସଂଘମିତ୍ରା ପାଣିଗ୍ରାହୀ, ଲାବନ୍ୟାବତୀ ଧରୁଆ, ଭାରତୀ ସାହୁ, ଶିମନ୍ତନି ପାଣିଗ୍ରାହି, ଶାନ୍ତି ଲତା ଭୋଇ, ସୁଭାଷିନୀ ମେହେର,ଏମ୍. ବିନିତା ଏବଂ ଦୀପା ନାୟକ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।

​ଅଞ୍ଚଳର ବହୁ ସଂଖ୍ୟକ ନବ-ସାକ୍ଷର ଶିକ୍ଷାର୍ଥୀ ଅତ୍ୟନ୍ତ ଉତ୍ସାହର ସହ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କର ପଢ଼ିବା, ଲେଖିବା ଓ ଗାଣିତିକ ଦକ୍ଷତାର ପରୀକ୍ଷା କରାଯାଇଥିଲା। 

ଶ୍ରୀ ମହାନନ୍ଦ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ ସମାଜରେ ଶିକ୍ଷାର ଗୁରୁତ୍ୱ ଏବଂ ଏହି ସାକ୍ଷରତା ଅଭିଯାନର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ।



Edited by k.s thakur...

Post a Comment

Previous Post Next Post