ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ...
କଣ୍ଟାବାଞ୍ଜି,୧୫/୦୩ : ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ର ୩୨ତମ ବାର୍ଷିକ ରାଜ୍ୟ ସ୍ତରୀୟ ଶ୍ରୋତା ସମ୍ମିଳନୀ ବରଗଡ଼ସ୍ଥିତ ସାମ୍ବାଦିକ ଭବନ ଠାରେ ପାଳିତ ହୋଇଥିଲା।
Ad..
ସଭାପତି ଜଗନ୍ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ସନ୍ତୋଷ ପିଙ୍ଗ ଆକାଶବାଣୀ ସମ୍ବଲପୁର,ସମ୍ମାନିତ ଅତିଥି ବିରୁପାକ୍ଷ ପଧାନ,କୈବର୍ତ୍ତ ସାହୁ ଯୋଗ ଦେଇଥିଲେ।କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣ ଓ ସୂର୍ଯ୍ୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ।
Ad..
ବର୍ତ୍ତମାନର ଡିଜିଟାଲ ଯୁଗରେ ରେଡିଓର ଚାହିଦା କମି କମି ଯାଉଥିବାବେଳେ ଶ୍ରୋତା ସଂଘର କାର୍ଯ୍ୟକ୍ରମକୁ ଅତିଥି ମାନେ ଭୁରିଭୁରି ପ୍ରଶଂସା କରିଥିଲେ।କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ପ୍ରଦତ୍ତ ଅତାବିରା ଅଞ୍ଚଳର ଜଣାଶୁଣା ସମାଜସେବୀ ସ୍ୱର୍ଗତ ବିପିନ ବିହାରୀ ପ୍ରଧାନଙ୍କ ସ୍ମୃତି ସମ୍ମାନ କଣ୍ଟାବାଞ୍ଜି ଅଞ୍ଚଳର ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ପ୍ରଦାନ କରାଯାଇଥିଲା।
ଏହି ସମ୍ମିଳନୀରେ ସମାଜସେବୀ ବିରଞ୍ଚି ଖର୍ସେଲ,ଡ.ତପସ୍ୱୀନି ଗୁରୁ, ଗୋପୀନାଥ ଦଣ୍ଡସେନା,କେଶ ରଞ୍ଜନ ପ୍ରଧାନ,ସଂଘମିତ୍ରା ପଟେଲ ସମେତ ଶତାଧିକ ରେଡିଓ ପ୍ରେମୀ ଯୋଗ ଦେଇଥିଲେ।
Edited by k.s thakur...
Tags:
Akash Vani
Bargarh
biranchi Narayan dash
felicitated
kantabanji
latest news
latest update
odisha daily current affairs
shrota Sangh



