କୋରାପୁଟ ନବୋଦୟ ବିଦ୍ୟାଳୟର ୩ ଜଣ ଦଶମ ଶ୍ରେଣୀ ଛାତ୍ର ପାଣିରେ ବୁଡ଼ି ମୃତ...
କୋରାପୁଟ,୦୮/୦୩(ନି.ପ୍ର): କୋରାପୁଟରେ ନବୋଦୟ ବିଦ୍ୟାଳୟର ୩ ଜଣ ଦଶମ ଶ୍ରେଣୀ ଛାତ୍ର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। କୋଲାବ ଜଳ ଭଣ୍ଡାରରେ ବୁଡ଼ି ଯାଇ ସେମାନଙ୍କର ମୃତ୍ୟୁ ହୋଇଛି।
Ad..
Ad..
ତିନି ଜଣଙ୍କୁ ତୁରନ୍ତ SLN ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।ମୃତକମାନେ ହେଲେ ଲିଙ୍ଗରାଜ ଖିଲୋ, ଓମ୍ ପ୍ରକାଶ ବେହେରା ଏବଂ ସ୍ୱସ୍ଥିତ ସୁନ୍ଦର ହାଲୱା।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ସମସ୍ତ ଛାତ୍ରଙ୍କ ଘର ସ୍ଥାନୀୟ ଅଞ୍ଚଳର ଥିବା ଜଣାପଡିଛି।
Edited by k.s thakur...
Tags:
3 students death
koraput
latest news
latest update
navodaya vidyalaya
odisha daily current affairs
odisha news



