ବିଶ୍ବ ମହିଳା ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ...

ବିଶ୍ବ ମହିଳା ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ...


ବରଗଡ,୦୭/୦୩(ବିଜୟ କୁମାର ସାହୁ) : ସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ପରିସରରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଅଛି। ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଆବାହକ ଶ୍ରୀମତୀ ଗାୟତ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ...

Ad..


ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ମୁଖ୍ଯଅତିଥି ଓ ଏଡଭୋକେଟ୍ ସୁଜିତ କୁମାର ଦାଶ ମୁଖ୍ଯ ଆଲୋଚକ ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ.ପ୍ରଶାନ୍ତ କୁମାର ଦାଶ ସଭାର ଆଭିମୁଖ୍ଯ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

Ad..


ଶ୍ରୀଯୁକ୍ତ ସୁଜିତ ଦାଶ ତାଙ୍କର ବକ୍ତବ୍ଯରେ ପୌରାଣିକ ଯୁଗରେ ନାରୀମାନଙ୍କ ପ୍ରତି ପୁରୁଷପ୍ରଧାନ ସମାଜର ଅତ୍ଯାଚାର ଓ ଶୋଷଣରୁ ଆରମ୍ଭ କରି ସାମ୍ପ୍ରତିକ ସମାଜରେ ନାରୀମାନଙ୍କ ସ୍ଥିତି ସଜାଡିବା ଦିଗରେ ଛାତ୍ରୀମାନେ ଉଚ୍ଚ ଶିକ୍ଷିତ ହୋଇ ଆତ୍ମ ନିର୍ଭରଶୀଳ ହେବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ। 

ଅନ୍ଯ ମାନଙ୍କ ମଧ୍ଯରେ ବରିଷ୍ଠ ଅଧ୍ୟାପକ ତୁଷାରକାନ୍ତି ତ୍ରିପାଠୀ, ଡଃ.ସତ୍ଯନାରାୟଣ ନନ୍ଦ, ସ୍ବର୍ଣ୍ଣପ୍ରଭା ମହାନ୍ତି ଓ ହୃଷିକେଶ ଦାଶ ବିଶ୍ବ ମହିଳା ଦିବସର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁସଂଖ୍ୟାରେ ଛାତ୍ରୀ,ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିଲେ। ସଭା ଶେଷରେ ଅଧ୍ୟାପିକା ସୁଧାରାଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post