କଣ୍ଟାବାଞ୍ଜି ଶ୍ରୀ ରାମ ନବମୀ କମିଟି ପକ୍ଷରୁ ୯ କୁଣ୍ଡିୟ ଜନ ଜାଗରଣ ମହାଯଜ୍ଞ ର ଶୁଭାରମ୍ଭ...

କଣ୍ଟାବାଞ୍ଜି ଶ୍ରୀ ରାମ ନବମୀ କମିଟି ପକ୍ଷରୁ ୯ କୁଣ୍ଡିୟ ଜନ ଜାଗରଣ ମହାଯଜ୍ଞ ର ଶୁଭାରମ୍ଭ...


କଣ୍ଟାବାଞ୍ଜି,୨୦/୦୩(ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଳିତ ବର୍ଷ ଧୂମଧାମ ରେ ପାଳିତ ହେବାକୁ ଯାଉଛି ଶ୍ରୀ ରାମ ନବମୀ ମହୋତ୍ସବ।ତେବେ ଏହି ଅବସରରେ ସ୍ଥାନୀ ଶ୍ରୀ ରାମ ମନ୍ଦିର ପରିସରରେ ୯ କୁଣ୍ଡିୟ ଜନ ଜାଗରଣ ମହା ଯଜ୍ଞର ଶୁଭାରମ୍ଭ ହୋଇଛି।

Ad.. 


ଏହି ମହାଯଜ୍ଞରେ ସହରର ୧୫ ଯୋଡି ଦମ୍ପତି ସାମିଲ ହୋଇ ୯ କୁଣ୍ଡିୟ ମହାଯଜ୍ଞ ରେ ହୋମ ଯଜ୍ଞ ପ୍ରଥମ ଦିନରେ କରିଛନ୍ତି। ମୁଖ୍ୟ କର୍ତା ଭାବେ ଶ୍ରୀ ରାମ ମନ୍ଦିର କମିଟି ସଭାପତି ପ୍ରଦୀପ ଖଣ୍ଡେଲବାଳ ଓ ତାଙ୍କ ଧର୍ମ ପତ୍ନୀ, ପ୍ରମୁଖ କର୍ତା ଭାବେ କମଳ କିଶୋର ବେହେରା ଓ ତାଙ୍କ ଧର୍ମ ପତ୍ନୀ ସାମିଲ ରହିଥିବା ବେଳେ...

    Ad..


ଏହି ଯଜ୍ଞରେ ଶଙ୍କର ପୁଟେଲ, ରାନୁ ଘିଭେଲା, ନିରଞ୍ଜନ ସ୍ୱାଇଁ, ଲଷ୍ମୀକାନ୍ତ ସାହୁ, ସଞ୍ଜୟ ସୁନା, ସୁନୀଲ ସିନ୍ଧୁ, ପରିତୋଷ ଅଗ୍ରୱାଲ , ଆଲୋକ ଗୋୟଲ, ତ୍ରିନାଥ ତାଣ୍ଡି, କ୍ରିଷ୍ଣା ସେଟ, ମୁରଲୀ ସାହୁ, ରାଜେଶ ଅଗ୍ରୱାଲ ତାଙ୍କର ଧର୍ମ ପତ୍ନୀ ମାନଙ୍କ ସହ ଯଜ୍ଞ ରେ ସାମିଲ ରହିଛନ୍ତି। 

ପଣ୍ଡିତ ଙ୍କ ଦ୍ଵାରା ଯଜ୍ଞ ସମ୍ପାଦନା ହେଉଛି,ଏଥିରେ ମୁଖ୍ୟ ପୂଜକ ସିର୍ଦ୍ଧତ ମହାପାତ୍ର, ସହଯୋଗୀ ପୂଜକ ରାଜାକାନ୍ତ ଠାକୁର, ସଦା ଚରଣ ଆଚାର୍ଯ୍ୟ, ଦେବଂଶୁ ଦାସ, ସଚିଦାନନ୍ଦ ସତପଥୀ, ଅଜିତ ଦୁବେ ଓ ରଜତ ପଣ୍ଡା ସାମିଲ ହୋଇ ପୂଜାର୍ଚ୍ଚନା କରୁଛନ୍ତି। 

ଅନ୍ୟ ମାନଙ୍କ ମଧ୍ୟରେ  ଶ୍ରୀରାମ ନବମୀ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ସଭାପତି ରାଜୁ ଶର୍ମା, ସମ୍ପାଦକ ବେଦବ୍ୟାସ ନାଗ, ପ୍ରଦୀପ ଖଣ୍ଡେଲବାଳ, ପ୍ରକାଶ ପ୍ରଧାନ, ଚିନ୍ମୟ ଯୋଶୀ, ପ୍ରଦୀପ ବାଗ, ନିଶି କାନ୍ତ ମହାପାତ୍ର, ରାଜୁ ପୁଟେଲ, ଦେବରକ ଯାଦବ, କମଳ କିଶୋର ବେହେରା, ଗଣେଶ ସୋନି, ବଜରଙ୍ଗ ଦଳର ଅନେକ ସଦସ୍ୟ ଉପସ୍ଥିତ ରହି ପୂଜାର୍ଚ୍ଚନା କରୁଛନ୍ତି।



Edited by k.s thakur...

Post a Comment

Previous Post Next Post