ନୂଆଦିଲ୍ଲୀ ଠାରେ ଜଳ ମହୋତ୍ସବରେ ରାଷ୍ଟ୍ରପତି ଙ୍କ ଠାରୁ ସମ୍ବର୍ଦ୍ଧିତ ହେଲେ ସୁଲେକେଲା ସରପଞ୍ଚ ଶ୍ୟାମ ସୁନ୍ଦର ଚିରାଗୁନ...
ବଲାଙ୍ଗୀର,୧୩/୦୩(ନୀ.ପ୍ର): କେନ୍ଦ୍ର ସରକାର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଜଳ ଜୀବନ ମିଶନ ଯୋଜନା କାର୍ଯ୍ୟକାରୀ କରି ହର ଘର ଜଳ ମାଧ୍ୟମରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରାଯାଉଛି।
Ad..
ଜଳ ଜୀବନ ମିଶନ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତର ସରପଞ୍ଚ ଶ୍ୟାମସୁନ୍ଦର ଚିରାଗୁନ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି।
Ad..
କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗ ତରଫରୁ ନୂଆଦିଲ୍ଲୀର ବିଜ୍ଞାନ ଭବନର ପ୍ଲିନାରୀ ହଲ ଠାରେ ଗାଁର ଉତ୍ସବ ଦେଶର ଉତ୍ସବ "ଜଳ ମହୋତ୍ସବ" ୨୦୨୬ ଆୟୋଜିତ ହୋଇଥିଲା। ଆୟୋଜିତ ଜଳ ମହୋତ୍ସବ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
ଜଳ ମହୋତ୍ସବ ରେ ଜଳ ଜୀବନ ମିଶନର ସଫଳତାର ସହ ନିଜ ଗ୍ରାମ ପଂଚାୟତ ଅଞ୍ଚଳରେ ଜଳ ଜୀବନ ମିଶନ କାର୍ଯ୍ୟକାରୀ କାରି ବର୍ତମାନ ଓ ଆଗାମୀ ପିଢ଼ି ପାଇଁ ହର ଘର ଜଳର ସୁଫଳ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି।
ଜଳ ଜୀବନ ମିଶନର ସଫଳ କାର୍ଯ୍ୟକାରିତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦ୍ଵାରା ସୁଲେକେଲା ସରପଞ୍ଚ ସମ୍ବର୍ଦ୍ଧିତ ହୋଇଥିଲେ।ପୂର୍ବରୁ ମଧ୍ୟ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ।
ସୁଲେକେଲା ପଞ୍ଚାୟତର ସରପଞ୍ଚ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବା ପରେ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
Edited by k.s thakur...
Tags:
balangir
delhi
Dropadi Murmu
felicitated
latest news
latest update
odisha daily current affairs
odisha news
president of India
sarpanch
Sulekela




