ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ...
ଭୁବନେଶ୍ଵର,୧୩/୦୩: ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବାର ମାତ୍ର ଦୁଇ ଦିନ ପରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାଶ।
Ad..
ଜୀବନ ପ୍ରଦୀପ ମୂଲ୍ୟଭିତ୍ତିକ ରାଜନୀତିରୁ ଦଳର ବିଚ୍ୟୁତିକୁ ଉଲ୍ଲେଖ କରି ଜଣେ ଚିଟ୍ ଫଣ୍ଡ ଅଭିଯୁକ୍ତଙ୍କୁ ଦଳରେ ସାମିଲ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି।ଦଳ ଛାଡ଼ିବା ପରେ ସେ ସାମ୍ୱାଦିକ ସମ୍ମିଳନୀରେ ଇସ୍ତଫାର କାରଣ କହିଛନ୍ତି।
Ad..
ସେ ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି ବିଜେପି। ନଚେତ୍ ଚିଟ୍ଫଣ୍ଡ ଅଭିଯୁକ୍ତକୁ ବିଜେପିରେ କିପରି ସାମିଲ୍ କରାଗଲା। ଜଣେ ଅଭିଯୁକ୍ତକୁ ଆଣି ଦଳରେ ସାମିଲ୍ କରିବା ରାଜ୍ୟ ବିଜେପିରେ ପ୍ରଥମ।
ସେ ଆଉ ମଧ୍ୟ କହିଛନ୍ତି ୨୦୨୪ରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନି।
Edited by k.s thakur...
Tags:
Bhubaneswar
BJP
ex MLA
jiban pradip Das
latest news
latest update
odisha daily current affairs
odisha news
press conference



