ଅଂଶୁଘାତ ରୋକିବାକୁ ପଦକ୍ଷେପ, ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ...

ଅଂଶୁଘାତ ରୋକିବାକୁ ପଦକ୍ଷେପ, ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ...


ଭୁବନେଶ୍ଵର,୨୩/୦୩(ନି.ପ୍ର): ରାଜ୍ୟରେ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ଓ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କଡ଼ା ନିୟମ ଲାଗୁ ହୋଇଛି।

          Ad..


ଏପ୍ରିଲ ୧ ତାରିଖରୁ ଜୁନ୍‌ ୧୫ ତାରିଖ ମଧ୍ୟରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ କିମ୍ବା ଶାରୀରିକ ପରିଶ୍ରମ କରାଯାଇପାରିବ ନାହିଁ। ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    Ad..


ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଏହି କଟକଣା ଲାଗୁ ହୋଇଛି।ସମସ୍ତ ରାଜସ୍ୱ ବିଭାଗୀୟ କମିଶନର, ଜିଲ୍ଲାପାଳ ଏବଂ ରାଜ୍ୟ ଶ୍ରମ କମିଶନରଙ୍କୁ ଜାରି କରାଯାଇଥିବା ଏକ ସରକାରୀ ପରାମର୍ଶରେ, ବିଭାଗ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନଙ୍କୁ ବାହ୍ୟ କାର୍ଯ୍ୟରେ ନିୟୋଜିତ କରିବାକୁ ନିଷେଧ କରିଛି।

ଜରୁରୀ ଥିଲେ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି କଟକଣା ଲାଗୁ ହେବା ପରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ସରକାର ସତର୍କ ରହିବାକୁ ସୂଚନା ଦେଇଛନ୍ତି।

ସେହିପରି, ଗ୍ରୀଷ୍ମ ସମୟରେ ପାନୀୟ ଜଳର ଅଭାବ ଦୂର କରିବା ପାଇଁ ପ୍ରତି ପଞ୍ଚାୟତରେ ନଳକୂପ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



Edited by k.s thakur...

Post a Comment

Previous Post Next Post