ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ; ରାଧା କୃଷ୍ଣ ପ୍ରେମରସରେ ନାଚିଲେ ଭକ୍ତ...

ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ; ରାଧା କୃଷ୍ଣ ପ୍ରେମରସରେ ନାଚିଲେ ଭକ୍ତ...


ପାଇକମାଳ,୨୨/୦୩(ବିଜୟ କୁମାର ସାହୁ):ବରଗଡ ଜିଲା ପାଇକମାଳ   ରାଧା କୃଷ୍ଣ ମନ୍ଦିର ପରିସରରେ ଚାରିଦିନ ଧରି ଚାଲିଥିବା ଷୋହଳ ପ୍ରହରୀ  ନାମଯଜ୍ଞ ରବିବାର  ଉଦଯାପିତ ହୋଇ ଯାଇଛି। 

        Ad..


ଶୁକ୍ରବାର କଳସଯାତ୍ରା ରେ ଶତାଧିକ ମହିଳା ମାନେ ପବିତ୍ର ଜଳ ୧୦୮ କଲସିରେ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ସେହିଲଗ୍ନ ସମୟ ରୁ ଦିବାରାତ୍ର ଚାଲିଥିଲା ହରେ ରାମ ମହାମନ୍ତ୍ର। 

    Ad..


କର୍ତା ଭାବରେ ରାମକୁମାର ଗୁପ୍ତା ଓ ତାଙ୍କର ଧର୍ମପତ୍ନୀବିମଳା ଦେବୀ, ଚମ୍ପାଲାଲ ଗୁପ୍ତା ଓ ତାଙ୍କ ସହଧର୍ମିଣୀ ପାୟଲ, ଅନିଲ ଗୁପ୍ତା ଓ ତାଙ୍କ ସହଧର୍ମିଣୀ ସୋନୀ, ମୁକେଶ ଗୁପ୍ତା ଓ ତାଙ୍କ ସହଧର୍ମିଣୀ ରାନୀ ଦେବୀ, ତଥା ନୀତେଶ ଗୁପ୍ତା ଓ ତାଙ୍କ ସହଧର୍ମିଣୀ ପୁଜା ଗୁପ୍ତା  ଚାରିଦିନ ଯାକ ଯଜ୍ଞ ମଣ୍ଡପରେ  ବସି ପୁଜା ପାଠ କରି ଯଜ୍ଞ ରେ ଆହୁତି ପ୍ରଦାନ ସହ ଦାନ ଦକ୍ଷିଣା ପ୍ରଦାନ କରିଥିଲେ। 

ଏଥିରେ ଗୋକୁଳା ମହାପାତ୍ର, ଦେବେନ୍ଦ୍ର ଶତପଥି, ଓ ଦକ୍ଷ ଗିରି  ପୁଜା ପାଠ, ହୋମ, ଯଜ୍ଞ, ରୀତି ନୀତି ରେ କରି ଭକ୍ତ ମାନଙ୍କୁ ଭଗବାନ ଙ୍କୁ ଦର୍ଶନ କରାଉଥିଲେ।ଦୈନନନ୍ଦିନ ପ୍ରାୟ ୬ ହଜାର ରୁ ଉର୍ଦ୍ଧ ଭକ୍ତ ମାନଙ୍କୁ ପ୍ରସାଦ ସେବନ ର ବ୍ୟବସ୍ଥା ସୁରୁଖୁରୁରେ ରେ କରାଯାଉଥିଲା। 

ଏଥିରେ ସ୍ବେଛାସେବୀ , ମନୀଷ, ମନୋଜ, ଜୀବର୍ଧନ, ନବୀନ, ସୁରେଶ, ରମେଶ, ଆୟୁଷ, ମୁକେଶ, ସଚିନ, ଓ଼ମ, ଭବାନୀ, ଭରତ, ପିଣ୍ଟୁ, ତୁଷଧର  ତଥା ପାଇକମାଳରେ ସ୍ବେଛାସେବୀ, ମାରୱାଡି ଯୁବାମଞ୍ଚ ର କର୍ମକର୍ତା ମାନେ ସହଯୋଗ କରିଥିଲେ।

ପ୍ରକୃତି ବନ୍ଧୁ ବଡ ଶତପଥି  ଯଜ୍ଞ ସ୍ମୁତି ପାଇଁ ଏକ ଅଶୋକ ଗଛ ପ୍ରଦାନ କରି ଉପଯୁକ୍ତ ସ୍ଥାନରେ ଲଗାଇ ଏହାର ଯତ୍ନ ନେବାପାଇଁ କର୍ତା ଦମ୍ପତି ମାନଙ୍କୁ ଉପଦେଶ ଦେଇ ଥିଲେ।ଚାରିଦିନ ଧରି ଏହି ଭକ୍ତି ପୂର୍ଣ୍ଣ ସମାବେଶ ରେ ୬ ଗୋଟି ବଛା ବଛା ସଂକୀର୍ତନ୍ୟ ଦଳ ଭାଗ ନେଇଥିଲେ। 

ତୁର୍ଲା, କେଛୋମାଲ,ଲିଙ୍ଗଗମାରନି, ଡୁଙ୍ଗୁରିପାଲି, ହୀରାପୁର, କୋକନରା, ପ୍ରମୁଖ ଗ୍ରାମରୁ ସଂକୀର୍ତନ୍ୟ ଦଳ ଗୁଡିକ ଆସି ନାମ ଧରି  ନାଚି ନାଚି ତାଙ୍କର ଭକ୍ତି ମୟ ଗୀତ ଗାଇ ଜନ ମାନସକୁ ବିମୋହିତ କରିଥିଲେ। ରବିବାର ଶେଷଦିନ ସଂକୀର୍ତନ ବୈଠକି ରାତି ଦଶଟା ଯାଏଁ ଚାଲିବ ବୋଲି ଚମ୍ପାଲାଲ ଗୁପ୍ତା କହିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post