ଗଡ଼ଫୁଲଝେର ରଣେଶ୍ୱର ମନ୍ଦିର ପ୍ରତିଷ୍ଠା ପାଇଁ ନୃସିଂହନାଥ ରୁ କଲସ ଯାତ୍ରା ବାହାରିଲା...
ପାଇକମାଳ,୨୨/୦୩(ବିଜୟ କୁମାର ସାହୁ): ନୃସିଂହନାଥ ନିକଟସ୍ଥ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରବିବାର ଥିଲା ଚଳ ଚଞ୍ଚଳ। ଗଡ଼ଫୁଲଝେର ଛତିଶଗଡ଼ ରେ କୁଳିତା ଜାତିର ଇଷ୍ଟ ଦେବ ରଣେଶ୍ୱର ବାବା ଙ୍କ ମନ୍ଦିର ପ୍ରତିଷ୍ଠା କରାଯିବ ସେନେଇ ସେଠାରୁ ଆସିଥିଲେ ପ୍ରାୟ ୨୫୦୦ ମହିଳା।
ସମସ୍ତେ ରଣେଶ୍ୱର ରାମଚଣ୍ଡୀ ମନ୍ଦିରକୁ ଭୋର ରୁ ଆସି ରବିବାର ସକାଳେ ନୃସିଂହନାଥ ଯାଇ ପବିତ୍ର ଝରଣା ରୁ ମହିକା ମାନେ କଳସୀ ରେ ପାଣି ଧରି ଏକ ବିରାଟ ଶୋଭାଯାତ୍ରା ରେ ଚାଲି ଚାଲି ଆସି ପୁଣି ରାମଚଣ୍ଡୀ ମନ୍ଦିରରେ କଳସ ରଖି ପୁଜା କରି ଥିଲେ।
Ad..
ସେଠାରେ ସମସ୍ତ ଙ୍କୁ ଚୁଡା ଉପମା, ଖିରି, ଟିଫିନ ବଣ୍ଟନ କରାଯାଇ ଥିଲା,ପ୍ରାୟ ତିନି ହଜାର ଭକ୍ତ ମାନଙ୍କ ପାଇଁ ମା ରାମଚଣ୍ଡୀ ମନ୍ଦିର ତରଫରୁ ବ୍ୟବସ୍ଥା କରାଯାଇ ଥିଲା। ସେଠାରୁ ସମସ୍ତେ କଳସ ଧରି ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଥିଲେ ମା ଭଉଣୀ ମାନେ ଆଗରେ ଘଣ୍ଟ ଶଙ୍ଖ, ବାଜା ବଜାଇ ପ୍ରାୟ ୪କିମି ଅତିକ୍ରମ କଲା ପରେ ନିଜ ନିଜ ଗାଡି ମଟର ମାନଙ୍କ ରେ ଯାଇ ଥିଲେ ଗଡ଼ଫୁଲଝେର ଅଭିମୁଖେ।
ପ୍ରାୟ ଦୁଇ ସହ ରୁ ଅଧିକ ଗାଡି ମଟର ଟ୍ରାକ୍ଟର ଆସିଥିବା ଦେଖା ଯାଇଥିଲା। ଏ ନେଇ ତାଙ୍କ ସହ ଆସିଥିବା କୁଳିତା ଜାତିର ଅଧ୍ୟକ୍ଷ ଗିରିଧାରୀ ସାହୁ ଙ୍କୁ ପଚାରିବାରୁ ଆମର ରଣେଶ୍ୱର ମନ୍ଦିର ଆସନ୍ତା ୨୩ରୁ ୨୭ଯାଏଁ ମନ୍ଦିର ପ୍ରତିଷ୍ଠା ହେବ...
ବାବା ଙ୍କ ଆଶୀର୍ବାଦ ରୁ ଆମେ ନୃସିଂହନାଥ ସୁରୁଖୁରୁରେ ରେ ଆସିଛୁ ଓ ତାଙ୍କ ଆଶିଷ ଯୋଗୁଁ ବିନା ଦ୍ବିଧାରେ ଆମେ ଆମଘରକୁ ପହଂଚି ଯିବୁ ବୋଲି କହି ଥିଲେ। ଏଥିରେ ପାଇକମାଳ ରାମଚଣ୍ଡୀ ମନ୍ଦିର ର ଯୁବସଂଗଠନ କର୍ମକର୍ତା ଓ ପାଇକମାଳ କେନ୍ଦ୍ର ର ସମସ୍ତ କୁଳିତା ଜାତିର ମା,ଭଉଣୀ,ଭାଇ ମାନେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
paikamal
pratistha
raneswar temple



