ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା ; ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ବିଜେଡି ଏତଲା...
କଟକ,୨୫/୦୩(ନି.ପ୍ର): ଏସସିବି ଅଗ୍ନିକାଣ୍ଡକୁ ନେଇ ବର୍ଷିଛି କଟକ ଜିଲ୍ଲା ବିଜେଡି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଲା ବିଜେଡି।
Ad..
ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ନେତୃତ୍ୱରେ କଟକ ମେୟର, ବିଭିନ୍ନ ୱାଡ଼ର୍ର କର୍ପୋରେଟର ଏବଂ ଦଳୀୟ କର୍ମୀମାନେ ମଙ୍ଗଳାବାଗ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମଙ୍ଗଳାବାଗ ଥାନାରେ ପହଞ୍ଚିଥିଲେ।
Ad..
ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଏସସିବିର ପୂର୍ବ ଅଧିକ୍ଷକ ଡାକ୍ତର ଗୌତମ ଶଥପଥିଙ୍କ ନାଁରେ ଏତଲା ଦେଇଛନ୍ତି।ପୂର୍ବ ସରକାର ଏସସିବିକୁ ବିଶ୍ବ ସ୍ତରୀୟ କରିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ଏବର ସରକାର ଧୂଳିସାତ କରିଛନ୍ତି ।
ପୂର୍ବ ସରକାରଙ୍କ ସମୟରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା, ତୁରନ୍ତ ଆକ୍ସନ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମାତ୍ର ଏସସିବି ଅଗ୍ନକାଣ୍ଡରେ ବର୍ତ୍ତମାନର ସରକାର ବଡ଼ ବଡ଼ ଅଧିକାରୀଙ୍କ ବିରୋଧରେ ଆକ୍ସନ ନେଇ ନାହାନ୍ତି।୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ଏକ ମନୁଷ୍ୟକୃତ ଅପରାଧ ବୋଲି ବିଜେଡି ଅଭିଯୋଗ କରିଛି।
Edited by k.s thakur...



