ଅଗ୍ନିବିପନ୍ନ ପରିବାରକୁ ଏଚପି ଗ୍ୟାସ ବିତରକଙ୍କ ସହାୟତା : ୧ ଲକ୍ଷ ୨୭ ହଜାର ଟଙ୍କାର ଚେକ୍ ପ୍ରଦାନ...

ଅଗ୍ନିବିପନ୍ନ ପରିବାରକୁ ଏଚପି ଗ୍ୟାସ ବିତରକଙ୍କ ସହାୟତା : ୧ ଲକ୍ଷ ୨୭ ହଜାର ଟଙ୍କାର ଚେକ୍ ପ୍ରଦାନ...


ପୁରୀ,୨୫/୦୩(ନି.ପ୍ର): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ବଡ଼ଅଁଳ ପଞ୍ଚାୟତର ଖଟିଆକୁଦି ଗ୍ରାମରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ସଞ୍ଜୟ ତରେଇଙ୍କ ପରିବାରକୁ ସହାୟତାର ହାତ ବଢାଯାଇଛି। 

              Ad..


ଗତ ସେପ୍ଟେମ୍ବର ୧୨ ତାରିଖରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସଞ୍ଜୟଙ୍କର ସମସ୍ତ ଗୃହ ଜଳିପୋଡି ପାଉଁଶ ହୋଇଯାଇଥିଲା। ବର୍ଷକର ସଞ୍ଚିତ ଖାଦ୍ୟଶସ୍ୟ ଠାରୁ ଆରମ୍ଭ କରି ଆସବାବପତ୍ର ପର୍ଯ୍ୟନ୍ତ ସବୁକିଛି ନଷ୍ଟ ହୋଇଯିବା ପରେ ପରିବାରଟି ଏକ ପତ୍ର କୁଡ଼ିଆରେ ନିଃସହାୟ ଭାବେ ଦିନ କାଟୁଥିଲେ।

    Ad..


ଏହି ଅସହାୟ ପରିବାରଙ୍କ ବିଷୟରେ ଜାଣିବା ପରେ ମାଲୁଦରେ ଥିବା ଏଚପି ଗ୍ୟାସ ବିତରକ ତଥା ଯୁବ ସମାଜସେବୀ ଦୁଷ୍ମନ୍ତ କୁମାର ନାୟକ ସେମାନଙ୍କ ପାଖରେ ପହଞ୍ଚିଛନ୍ତି। ବିପନ୍ନ ପରିବାରକୁ ପୁନର୍ବାର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସେ ୧ ଲକ୍ଷ ୨୭ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। 

ଏହି ଆର୍ଥିକ ସହାୟତା ପରିବାର ପାଇଁ ଏକ ବଡ଼ ଆଶାବାଡ଼ି ସଦୃଶ ହୋଇଛି।ସମାଜସେବୀ ଶ୍ରୀ ନାୟକଙ୍କ ଏହି ମହାନ କାର୍ଯ୍ୟ ପାଇଁ ସମଗ୍ର କୃଷ୍ଣପ୍ରସାଦ ଅଞ୍ଚଳରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। 

ଏହି ସହାୟତା ପାଇବା ପରେ ସଞ୍ଜୟ ତରେଇଙ୍କ ପରିବାର ବର୍ଗ ଖୁସି ବ୍ୟକ୍ତ କରିଛନ୍ତି। ସେମାନେ ଶ୍ରୀ ନାୟକଙ୍କ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।



Edited by k.s thakur...

Post a Comment

Previous Post Next Post