ଲୋକଙ୍କ ସରକାର ରେ ଲୋକଙ୍କ ପାଇଁ ତାଲା, ପ୍ରତିବାଦ ରେ ଜିଲ୍ଲାପାଳ ଅଫିସ ଘେରିଲା ବିଜେଡି ; ଚାଷୀ ଙ୍କୁ ଜଣାଇଲା ସମର୍ଥନ...
ବରଗଡ଼ ୧୦/୦୩(ବିଜୟ କୁମାର ସାହୁ): ନିଜକୁ ଲୋକଙ୍କ ସରକାର ବୋଲି ବାହାସ୍ଫୋଟ ମାରୁଥିବା ରାଜ୍ୟ ବିଜେପି ସରକାର ଲୋକଙ୍କ ପାଇଁ ଜିଲ୍ଲାପାଳ ଅଫିସ୍ ରେ ତାଲା ପକାଇବା ଘଟଣା କୁ ବରଗଡ଼ ବିଜେଡି ଦୃଢ଼ ପ୍ରତିବାଦ କରିଛି।
Ad..
ଜିଲ୍ଲାରେ ବହୁ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ ରୁ ବଞ୍ଚିତ ହୋଇ ଥିବା ,ଧାନ ବିକ୍ରି କରି ନ ପାରିବା କାରଣ ରୁ ଦୀର୍ଘ୍ ଦିନ ହେଲା ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ରେ ଧାରଣ କରି ଆସୁଥିବା ବେଳେ ସରକାରୀ ସ୍ତର ରେ ସଂପୃକ୍ତ ଚାଷୀ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରି ମଧ୍ୟ ଚାଷୀ ଙ୍କ ସମସ୍ୟା ସମାଧାନ ରେ ବିଫଳ ହୋଇଥିବାରୁ ଚାଷୀ ମାନେ ବସ୍ତା ବସ୍ତା ଧାନ ଆଣି ଜିଲ୍ଲା ପାଳ ଅଫିସ ରେ ଗଦା କରି ଧାରଣ ପ୍ରଦାନ କରିଥିଲେ।
Ad..
ତେବେ ଜିଲ୍ଲା ପାଳ ଅଫିସ ରୁ ଧାନ ଚୋରି ହୋଇ ଯାଇଥିବା ବେଳେ ଜୋର୍ ଜବରଦସ୍ତି ଚାଷୀ ଙ୍କୁ ପୋଲିସ ଉଠାଇ ନେବା ଘଟଣା କୁ ବିଜେଡି ଦୃଢ଼ ପ୍ରତିବାଦ ଜଣାଇ ଚାଷୀ ଙ୍କ ସମସ୍ୟା ଓ ଆନ୍ଦୋଳନ ରତ ଚାଷୀ ଙ୍କୁ ସମର୍ଥନ ଦେବା ପାଇଁ ଜିଲ୍ଲା ପାଳ ଙ୍କୁ ଭେଟିବାକୁ ବରଗଡ଼ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର...
ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ମନ୍ତ୍ରୀ ରୀତା ସାହୁ ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ବରିଷ୍ଟ ବିଜେଡି ନେତା ଗୌରହରି ମିଶ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ପୌର ଅଧ୍ୟକ୍ଷା କଳ୍ପନା ମାଝୀ ବରଗଡ଼ ଟାଉନ ବିଜେଡି ସଭାପତି ଅନୁପ ଶତପଥୀ, ଯୁବ ନେତା କରନ ସିକନ୍ଦର...
ଭେଡେନ ବ୍ଲକ ସଭାପତି ହରିଶଙ୍କର ବେହେରା,ଜିଲ୍ଲା ବିଜେଡି ଉପସଭାପତି କିଶୋର ମିଶ୍ର ଯୁବ ସଂପାଦକ ତନ୍ଦନ ଗୁପ୍ତା ଉମା ଚରଣ ରାଉତ ସତ୍ଯ ପଣ୍ଡା ସମୀର ବାରିକ ମଧୁ ସାହୁ ଙ୍କ ସମେତ ଶତାଧିକ ବିଜେଡି ନେତ୍ରୁ ମଣ୍ଡଳୀ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ।
ତେବେ ଜିଲ୍ଲାପାଳ ଅନୁପସ୍ଥିତ ରହି ଅଫିସ ଆଗରେ ତାଲା ପକାଇ ପୋଲିସ ଜଗିଥିବା ରୁ ବିଜେଡି ନେତ୍ରୁ ମଣ୍ଡଳୀ ଚାଷୀ ଙ୍କୁ ଭେଟିବାକୁ ଯିବା ପାଇଁ କିଛି ସମୟ ଧରି ବିଜେଡି ନେତ୍ରୁ ମଣ୍ଡଳୀ ଓ ପୋଲିସ ମଧ୍ୟରେ ଯୁକ୍ତି ତର୍କ ହୋଇ ଥିଲା ପରେ ଡେପୁଟି କଲେକ୍ଟର ପହଞ୍ଚିବା ପରେ ବିଜେଡି ନେତ୍ରୁ ମଣ୍ଡଳୀ ଧାରଣା ରତ ଚାଷୀ ଙ୍କୁ ଭେଟି ସମର୍ଥନ ଜଣାଇ ଥିଲେ।
ଏବେ ବି ବିଭିନ୍ନ ମଣ୍ଡି ରେ ହଜାର ହଜାର ବସ୍ତା ଧାନ ବିକ୍ରି ନ ହୋଇ ପଡ଼ି ରହିଥିବା ବେଳେ ସ୍ଥାନୀୟ ବିଧାୟକ ବୃନ୍ଦ ଓ ରାଜ୍ୟ ସରକାର ଚାଷୀ ଙ୍କ ଧାନ ସୁରୁଖୁରୁ ରେ କିଣା ଯାଇଛି ବୋଲି ମିଥ୍ୟା କହିବା ଘଟଣା କୁ ବିଜେଡି ତୀବ୍ର ସମାଲୋଚନା କରିଥିବା ବେଳେ ଡାଲୁଅ ଧାନ କିଣା ପଞ୍ଜିକରଣ ପାଇଁ ମାତ୍ର ୧୦ ଦିନ ସମୟ ଦିଆ ଯାଇଥିବାରୁ ବର୍ଷା ଋତୁ ଫସଲ ର ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ବିକ୍ରୟ କରି ପାରି ନ ଥିବା ବେଳେ ମାତ୍ର ୧୦ ଦିନ ରେ କିପରି ଚାଷୀ ପଞ୍ଜିକରଣ କରି ଧାନ ବିକିବେ ବୋଲି ଉଲ୍ଲେଖ କରି ତୁରନ୍ତ ଧାନ ବିକ୍ରି ପଞ୍ଜିକରଣ ପ୍ରକ୍ରିୟା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଦାବି କରିଛି।
ବରଗଡ଼ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇଥିବା ବେଳେ ଦିନ କୁ ଦିନ ଅପରାଧ ବଢ଼ି ଚାଲିଥିବା ବେଳେ ତାକୁ ନିୟନ୍ତ୍ରଣ କରିବାରେ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଫଳ ହୋଇ ଥିବା ବେଳେ ନିଜର ହକ ପାଇଁ ଲଢେଇ କରୁଥିବା ଚାଷୀ ଙ୍କୁ ଦମନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବରଗଡ଼ ପୋଲିସ ର ପାରିବା ପଣିଆ କୁ ବିଜେଡି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।
ଆଗାମୀ ଦିନ ରେ ଯଦି ସରକାର ଚାଷୀ ମାନଙ୍କ ସମସ୍ୟା ସମାଧାନ ନ କରନ୍ତି ତାହେଲେ ବିଜେଡି ଆନ୍ଦୋଳନ କୁ ଆହୁରି ତୀବ୍ର କରିବ ବୋଲି ଚେତାବନୀ ପ୍ରଦାନ କରିଛି।
Report : Bijay ku sahu
Edited by k.s thakur...



